କନକ ବ୍ୟୁରୋ: ଆପ୍ ନେତା ତଥା ରାଜ୍ୟସଭା ସାଂସଦ ରାଘବ ଚଢା ସରକାରୀ ବଙ୍ଗଳା ଯେଭଳି ହାତଛଡା ନ ହୋଇଯିବ ସେଥିପାଇଁ ହାଇକୋର୍ଟକୁ ଯାଇଛନ୍ତି । ନିକଟରେ ପଟିଆଲା ହାଉସ କୋର୍ଟ ତାଙ୍କୁ ଟାଇପ୍ ୭ ବଙ୍ଗଳା ଖାଲି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଆଉ ବର୍ତ୍ତମାନ ରାଜ୍ୟସଭା ସାଂସଦ ପଟିଆଲା ହାଉସ କୋର୍ଟର ନିଷ୍ପତ୍ତି ବିରୋଧରେ ହାଇକୋର୍ଟରେ ପହଞ୍ଚିଛନ୍ତି।

ନିମ୍ନ ଅଦାଲତର ଆଦେଶ ବାତିଲ କରିବାକୁ ଦିଲ୍ଲୀ ହାଇକୋର୍ଟରେ ଆମ୍ ଆଦମୀ ପାର୍ଟିର ସାଂସଦ ରାଘବ ଚଢା ଚ୍ୟାଲେଞ୍ଜ କରିଛନ୍ତି। ରାଘବଙ୍କ ଓକିଲ କହିଛନ୍ତି ଯେ ସଂସଦ ସଦସ୍ୟଙ୍କୁ ଏକ ନୋଟିସ ଦିଆଯାଇଛି ଏବଂ ବଙ୍ଗଳା ଖାଲି କରିବାକୁ ପ୍ରକ୍ରିୟା ଚାଲିଛି। ଉଲ୍ଲେଖ ଥାଉ କି ଜୁଲାଇ ୨୦୨୨ରେ ରାଘବ ଚଡ୍ଡାଙ୍କୁ ଟାଇପ୍‌-୬ ବଙ୍ଗଳା ଆବଣ୍ଟନ କରାଯାଇଥିଲା। ଅଗଷ୍ଟ ୨୦୨୨ରେ ସେ ଟାଇପ୍‌-୭ ଆବାସ ଆବଣ୍ଟନ ପାଇଁ ରାଜ୍ୟସଭା ଅଧ୍ୟକ୍ଷଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହାପରେ ତାଙ୍କୁ ଦିଲ୍ଲୀର ପଣ୍ଡାରା ରୋଡରେ ଟାଇପ୍‌-୭ ଆବାସ ବଙ୍ଗଳା ଦିଆଯାଇଥିଲା।