କନକ ବ୍ୟୁରୋ: ଗୁଜୁରାଟରେ ଚଳିତ ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ଅଙ୍କକଷା ତୀବ୍ର ହେବାରେ ଲାଗିଛି । ଏହାରି ଭିତରେ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ତାଙ୍କୁ ନେଇ ଆଶଙ୍କା ପ୍ରକଟ କରିଛନ୍ତି । ରାଜ୍ୟସଭା ସାଂସଦ ତଥା ଆପ୍ ନେତା ରାଘବ ଚଢା ଗିରଫ ହୋଇପାରନ୍ତି ବୋଲି ଆଶଙ୍କା ପ୍ରକଟ କରି ଟ୍ୱିଟ୍ କରିଛନ୍ତି ଅରବିନ୍ଦ କେଜ୍ରିୱାଲ ।

Advertisment

ନିଜ ଟ୍ୱିଟର ହ୍ୟାଣ୍ଡେଲରେ କେଜ୍ରିୱାଲ ଉଲ୍ଲେଖ କରିଛନ୍ତି ଯେ, ‘ଯେବେଠାରୁ ଚଢା ଗୁଜୁରାଟର ସହ ପ୍ରଭାରୀ ଦାୟିତ୍ୱ ନେଇଛନ୍ତିଏବଂ ସେ ଗୁଜୁରାଟ ନିର୍ବାଚନ ପାଇଁ ସେଠାକୁ ଯିବା ଆରମ୍ଭ କରିଛନ୍ତି ତାଙ୍କୁ ଟାର୍ଗେଟ କରାଯାଉଛି । ରାଘବ ଚଢାଙ୍କୁ ଏମାନେ ଗିରଫ କରିବେ ବୋଲି ସୂଚନା ମିଳୁଛି । କିନ୍ତୁ ତାଙ୍କ ଉପରେ କି କି ଅଭିଯୋଗ ଲଗାଯାଇ ତାଙ୍କୁ ଗିରଫ କରାଯିବ ସେ ନେଇ କିଛି ଜାଣିହେଉନି’ ବୋଲି ଲେଖିଛନ୍ତି କେଜ୍ରିୱାଲ ।

ଯେତେବେଳେ ଆପର ଏକାଧିକ ନେତାଙ୍କୁ ଗିରଫ କରାଯାଇଛି ସେହି ସମୟରେ ଚଢାଙ୍କୁ ଗିରଫ କରାଯିବାର ଆଶଙ୍କା ଏବେ ସମସ୍ତଙ୍କୁ ବ୍ୟଥିତ କରିଛି । ଏହାପୂର୍ବରୁ ବିଭିନ୍ନ ମାମଲାରେ ମନୀଷ ସିସୋଦିଆଙ୍କ ସହ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଘରେ ସିବିଆଇ ଚଢଉ କରିବା ଘଟଣାକୁ ନେଇ ମଧ୍ୟ ଆଶଙ୍କା ପ୍ରକାଶ କରିଥିଲେ କେଜ୍ରିୱାଲ । ତେଣୁ ଚଢାଙ୍କୁ ନେଇ ତାଙ୍କର ଏପରି ଆଶଙ୍କା ଅମୂଳକ ହୋଇନପାରେ ବୋଲି ଆଲୋଚନା ହେଉଛି ।