କନକ ବ୍ୟୁରୋ : ପୁରୀ ଶ୍ରୀଜଗନ୍ନାଥ ମେଡିକାଲ କଲେଜରେ ରାଗିଂ ଅଭିଯୋଗ । ପ୍ରଥମ ବର୍ଷ ଛାତ୍ରଙ୍କ ନିଶଦାଢି କାଟି ଦେଲେ ଦ୍ୱିତୀୟ ବର୍ଷ ଛାତ୍ର । ଏନେଇ ପେଣ୍ଠକଟା ମେରାଇନ ଥାନାରେ ଏତଲା ଦେଇଛନ୍ତି କଲେଜ ଡିନ୍ । ଏତଲା ଆଧାରରେ ତଦନ୍ତ ଆରମ୍ଭ କରିଛି ପୋଲିସ । ଏନେଇ ୩ ଜଣ ଛାତ୍ରଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଗତ ୧୭ ତାରିଖ ସଂଧ୍ୟାରେ ପ୍ରଥମ ବର୍ଷର ଛାତ୍ରଙ୍କୁ ୫୦୮ ନମ୍ବର ରୁମକୁ ଡକାଯାଇଥିଲା ।

Advertisment

ସେ ନିଶ ଦାଢି କାଟିଥିଲେ ମଧ୍ୟ ପୁଣି ଥରେ ନିଶ ଦାଢି କାଟିବା ପାଇଁ କୁହାଯାଇଥିଲା । ପରେ ତାଙ୍କୁ ଚଟାଣରେ ବସାଇ ଗଳା ଚିପି ଦାଢି କାଟି ଦେଇଥିଲେ । ଏନେଇ ଛାତ୍ର ଜଣଙ୍କୁ ୧୮ ତାରିଖରେ ଡିନଙ୍କ ନିକଟରେ ଅଭିଯୋଗ କରିଥିଲେ । ପରୀକ୍ଷା ଚାଲିଥିବା ବେଳେ ସେ ଏପରି ଘଟଣା ପାଇଁ ଶାରୀରିକ ଓ ମାନସିକ ଭାବେ ପ୍ରଭାବିତ ହୋଇଥିବା ଅଭିଯୋଗ କରିଥିଲେ । ଆଣ୍ଟି ରାଗିଂ କମିଟି ତରଫରୁ କାର୍ଯ୍ୟାନୁଷ୍ଠାନ ନିଆଯାଇ ୩ ଜଣ ସିନିଅରଙ୍କୁ ଛାତ୍ର ସଂସଦ ସଦସ୍ୟ ପଦରୁ ବହିଷ୍କାର କରାଯାଇଛି ।