କନକ ବ୍ୟୁରୋ : ରାଗିଂ ପାଇଁ ୧୮ ଜଣଙ୍କୁ ଫାଇନ୍ । ସମ୍ବଲପୁଲ ବୁର୍ଲା ଭୀମସାରରେ ଛାତ୍ରଙ୍କୁ ରାଗିଂ ଘଟଣା । ତଦନ୍ତ କମିଟିର ରିପୋର୍ଟ ପରେ ଡିନଙ୍କ କାର୍ଯ୍ୟାନୁଷ୍ଠାନ । ୧୮ଜଣ ଛାତ୍ରଙ୍କୁ ୫୪ ହଜାର ଟଙ୍କାର ଜରିମାନା ଲିଗିଛି
ବୁର୍ଲା ଭିମସାରରେ ଛାତ୍ରଙ୍କୁ ରାଗିିଙ୍ଗ ଘଟଣାରେ କାର୍ଯ୍ୟାନୁଷ୍ଠାନ । ତଦନ୍ତ କମିଟିର ରିପୋର୍ଟ ପରେ ଡିନ ତଥା ଅଧ୍ୟକ୍ଷ ଜୟଶ୍ରୀ ଦୋରା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ୧୮ ଜଣ ଛାତ୍ରଙ୍କଠାରୁ ୫୪ ହଜାର ଟଙ୍କା ଜୋରିମାନା କରାଯାଇଛି । ଏହି ଅର୍ଥ ତୁରନ୍ତ ପୈଠ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ତଦନ୍ତ ପରେ ଚତୁର୍ଥ ବର୍ଷର ଛାତ୍ର ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ ରାଙ୍ଗି କରିଥିବା ଜଣାପଡିଛି । ତେବେ ଭିମସାରରେ ବାରମ୍ବାର ଏହିଭଳି ଅଭିଯୋଗ ଆସିଲାଣି । ପୂର୍ବରୁ ଭିମସାର ମେଡିକାଲ କଲେଜରେ ୨ଟି ଏବଂ ନର୍ସିଂ କଲେଜରେ ଗୋଟିଏ ଅଭିଯୋଗ ଆସିଥିଲା । ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ହେଉନଥିବାବେଳେ ନ୍ୟାସନାଲ ଆଂଟି ରାଗିଙ୍ଗ ସେଲରେ ପୁଣି ଗୋଟିଏ ଅଭିଯୋଗ ହୋଇଛି । ଏହାପରେ ସଲେ ଏହାକୁ ଗମ୍ଭୀରତାର ସହ ନେଇ ତତ୍ପରତା ପ୍ରକାଶ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/03/17-24.jpg)