କନକ ବ୍ୟୁରୋ: ମେଡିକାଲ କଲେଜରେ ରାଗିଂ । ଜୁନିୟର ଛାତ୍ରଙ୍କୁ ଅର୍ଦ୍ଧନଗ୍ନ କରି ରାଗିଂ କଲେ ସିନିୟର । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଭେଲୋରର ଖ୍ରୀଷ୍ଟିଆନ ମେଡିକାଲ କଲେଜରେ । ଯାହାର ଭିଡିଓ ଫୁଟେଜକୁ ସେହି କଲେଜର ଛାତ୍ର ରେକର୍ଡିଂ କରି ସୋସିଆଲ ମିଡିଆରେ ଛାଡିବା ପରେ ଏପରି ଏକ ଘଟଣା ପ୍ରଘଟ ହୋଇଛି । ମେଡିକାଲ କଲେଜର ସିନିୟର ପିଲାମାନେ କିଛି ପ୍ରଥମ ବର୍ଷର ଛାତ୍ରଙ୍କୁ ଅତି ଅମାନବୀୟ ଭାବେ ରାଗିଂ କରୁଛନ୍ତି । ଜୁନିଅର ପିଲାମାନଙ୍କୁ ଅର୍ଦ୍ଧନଗ୍ନ କରାଇ ମାଟି ଓ ବର୍ଷା ପାଣିରେ ଗଡ଼ିବାକୁ ବାଧ୍ୟ କରାଉଛନ୍ତି । କେବଳ ଏତିକି ନୁହେଁ, ଏକ ପାଣି ପାଇପ୍ ମାଧ୍ୟମରେ ସେମାନଙ୍କ ଉପରେ ପାଣି ସ୍ପ୍ରେ କରାଯାଉଛି ।
ଏହି ଘଟଣା ସାମ୍ନାକୁ ଆସିବା ପରେ କଲେଜ ପକ୍ଷରୁ ଏକ ୬ ଜଣିଆ ତଦନ୍ତ କମିଟି ଗଠନ କରାଯାଇଛି । ଏହା ସହିତ ରାଗିଂ ଅଭିଯୋଗରେ ୭ ଜଣ ଛାତ୍ରଙ୍କୁ ନିଲମ୍ବନ କରାଯାଇଛି । ତଦନ୍ତ ରିପୋର୍ଟ ଆସିବା ପରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିିବ ବୋଲି କଲେଜର ନିର୍ଦ୍ଦେଶକ ଡ.ବିକ୍ରମ ମାଥ୍ୟୁ କହିଛନ୍ତି । ଭେଲୋର କଲେଜର ଏହି ଘଟଣାକୁ ନେଇ ସାରା ଦେଶରେ ନିନ୍ଦା କରାଯାଇଛି ।
Follow Us