କନକ ବ୍ୟୁରୋ : ରାଫେଲ ଡିଲ୍ ପ୍ରସଙ୍ଗରେ ପୁଣି ସରକାରଙ୍କୁ ଘେରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରି ରାହୁଲ କହିଛନ୍ତି ଯେ, ରାଫେଲ ଡିଲ୍ ପ୍ରସଙ୍ଗରେ ଏହା ଆରମ୍ଭ ମାତ୍ର ଆହୁରି ଅନେକ ତଥ୍ୟ ପଦାକୁ ଆସିବ । ଏହା ସହ ମୋଦି ସରକାର ଆରମ୍ଭ କରୁଥିବା ସବୁ ଯୋଜନାରେ ଦୁର୍ନୀତି ଅଛି ବୋଲି ଆଗକୁ ଜଣାପଡିବ ବୋଲି ରାହୁଲ କହିଛନ୍ତି । ଦେଶର ଟଙ୍କା ଚୋରୀ କରି ଶିଳ୍ପପତି ଅନିଲ ଅମ୍ବାନୀଙ୍କୁ ଟଙ୍କା ଦେଇଛନ୍ତି ମୋଦି ସେଥିପାଇଁ ସେ ଦେଶର ଯୁବପିଢୀଙ୍କ ସହ ଆଖି ମିଶାଇ ପାରନ୍ତି ନାହିଁ ବୋଲି ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି ।
ସେପଟେ କଂଗ୍ରେସର ଏହି ଅଭିଯୋଗର ଜବାବ ରଖିଛି ଭାରତୀୟ ଜନତା ପାର୍ଟି । ଦେଶର ସବୁ ଦୁର୍ନୀତିରେ କଂଗ୍ରେସର ସମ୍ପୃକ୍ତି ଥାଏ ବୋଲି କହିଛନ୍ତି ବିଜେପି ମୁଖପାତ୍ର ସମ୍ବିତ ପାତ୍ର । ଏବଂ ରାଫେଲ ଡିଲରୁ ଗାନ୍ଧୀ ପରିବାରକୁ କୌଣସି କମିଶନ ମିଳିନଥିବାରୁ କଂଗ୍ରେସ ଏପରି ବ୍ୟବହାର କରୁଛି ବୋଲି ବିଜେପି କହିଛି । ତେବେ ରାଫେଲ ଡିଲ୍ ପ୍ରସଙ୍ଗକୁ ନେଇ ଉଭୟ ବିଜେପି ଏବଂ କଂଗ୍ରେସ ମଧ୍ୟରେ ଚାଲିଛି କାଦୁଅ ଫିଙ୍ଗା ରାଜନୀତି । ତେବେ ରାଫେଲ ଡିଲକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ କଂଗ୍ରେସକୁ ଜବାବ ରଖିଛନ୍ତି । ମୋଦି କହିଛନ୍ତି, କାଦୁଅ ଫିଙ୍ଗିଲେ, ଅଧିକ ଫୁଟିବ ପଦ୍ମ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/09/rafale-deal-2_20180739461.jpg)
/kanak/media/post_attachments/wp-content/uploads/2018/09/RAHUL-MODImnm-300x169.jpg)