କନକ ବ୍ୟୁରୋ: ଭାରତ ଆସୁଛି ରାଫେଲ ଯୁଦ୍ଧ ବିମାନ । ଫ୍ରାନ୍ସରୁ ଭାରତ ଆସୁଛି ୫ଟି ରାଫେଲ । ଫ୍ରାନ୍ସରୁ ଉଡାଣ ଭରିବା ପରେ ଏହା ୟୁଏଇର ଅଲ୍-ଧଫରା ଏୟାରବେସରେ ପହଂଚିଛି । ଏହାରି ଭିତରେ ଭାରତୀୟ ବାୟୁସେନା ପକ୍ଷରୁ ମଝି ଆକାଶରେ ଉଡାଣ ଭରୁଥିବା ରାଫେଲ ବିମାନର ଫଟୋ ଜାରି କରାଯାଇଛି । ମଝି ଆକାଶରେ ରାଫେଲ ବିମାନରେ କିପରି ଇନ୍ଧନ ଭର୍ତି କରାଯାଉଛି ତାର ଫଟୋ ସେୟାର କରିଛି ଭାରତୀୟ ବାୟୁସେନା ।
Kanak News is now on WhatsApp
Join and get latest news updates delivered to you via WhatsApp
ଏହି ଯୁଦ୍ଧ ବିମାନ ପ୍ରାୟ ୭ହଜାର ୩୬୪କିଲୋମିଟର ଅତିକ୍ରମ କରିବା ପରେ ଆସନ୍ତାକାଲି ଅମ୍ବାଲା ଏୟାରବେସ୍ରେ ପହଂଚିବ । ଘଂଟା ପ୍ରତି ସର୍ବାଧିକ ଗତି ୨,୧୩୦ କିଲୋମିଟର ଉଡିବାର କ୍ଷମତା ରଖିଛି ରାଫେଲ । ଏହାସହ ୫୦ହଜାର ଫୁଟ୍ ଉଚ୍ଚରେ ଆରାମରେ ଉଡିବା ସହ ଆକ୍ରମଣ କରିପାରିବ, ଆକାଶରେ ୩ ହଜାର ୭ଶହ କିଲୋମିଟର୍ ପର୍ଯ୍ୟନ୍ତ ଟାର୍ଗେଟକୁ ଭେଦ କରିପାରିବ, ଡେଲ୍ଟା ଡେଣା ସାହଯ୍ୟରେ ଶୂନ୍ୟରେ ଗୋଟିଏ ସ୍ଥାନରେ ସ୍ଥିର ରହିିିବାର ରହିଛି କ୍ଷମତା ।
Few shots from 30,000 feet! Mid air refuelling of #RafaleJets on their way to #India@IAF_MCC @French_Gov @FranceinIndia @MEAIndia @IndianDiplomacy @DDNewslive @ANI @DefenceMinIndia @Armee_de_lair @JawedAshraf5 pic.twitter.com/VE7lJUcZe7
— India in France (@Indian_Embassy) July 28, 2020
ସେହିପରି ଉନ୍ନତ ଇଂଜିନ୍ ଯୋଗୁଁ ମାତ୍ର ତିନି ସେକେଣ୍ଡରେ ଛୁଇଁପାରେ ସୁପରସୋନିକ ସ୍ପିଡ୍, ଜଳ, ସ୍ଥଳ ଓ ଆକାଶରେ ଟାର୍ଗେଟକୁ ନିର୍ଭୁଲ ଭାବେ ଲକ୍ଷ୍ୟଭେଦ କରିବା ସହ ଆକାଶରେ ଉଡୁଥିବା ଅବସ୍ଥାରେ ଇନ୍ଧନ ଭରିପାର କ୍ଷମତା ରହିଛି । ଏବଂ ପରମାଣୁ ଅସ୍ତ୍ର ଧରି ଶତ୍ରୁପକ୍ଷ ଉପରେ ମାତ୍ର କେଇ ସେକେଣ୍ଡରେ ମାଡ କରିବାର ରହିଛି କ୍ଷମତା ।