ସାତ ହଜାର କିଲୋମିଟର ଅତିକ୍ରମ କରି ଭାରତ ଆସୁଛି ଲଢ଼ୁଆ ଯୁଦ୍ଧ ବିମାନ ରାଫେଲ । ବାଟରେ ଆକାଶ ମାର୍ଗରେ ଭରିଲା ଇନ୍ଧନ : ଆଜି ଛୁଇଁବ ଭାରତ ମାଟି 

256

କନକ ବ୍ୟୁରୋ : ଭାରତ ଆସୁଛି ରାଫେଲ ଯୁଦ୍ଧ ବିମାନ । ଫ୍ରାନ୍ସରୁ ଭାରତ ଆସୁଛି ୫ଟି ରାଫେଲ । ଫ୍ରାନ୍ସରୁ ଉଡାଣ ଭରିବା ପରେ ଏହା ୟୁଏଇର ଅଲ୍-ଧଫରା ଏୟାରବେସରେ ପହଂଚିଛି । ଏହାରି ଭିତରେ ଭାରତୀୟ ବାୟୁସେନା ପକ୍ଷରୁ ମଝି ଆକାଶରେ ଉଡାଣ ଭରୁଥିବା ରାଫେଲ ବିମାନର ଫଟୋ ଜାରି କରାଯାଇଛି । ମଝି ଆକାଶରେ ରାଫେଲ ବିମାନରେ କିପରି ଇନ୍ଧନ ଭର୍ତି କରାଯାଉଛି ତାର ଫଟୋ ସେୟାର କରିଛି ଭାରତୀୟ ବାୟୁସେନା । ଏହି ଯୁଦ୍ଧ ବିମାନ ପ୍ରାୟ ୭ହଜାର ୩୬୪କିଲୋମିଟର ଅତିକ୍ରମ କରିବା ପରେ ଆଜି ଅମ୍ବାଲା ଏୟାରବେସରେ ପହଂଚିବ । ଘଂଟା ପ୍ରତି ସର୍ବାଧିକ ଗତି ୨,୧୩୦ କିଲୋମିଟର ଉଡିବାର କ୍ଷମତା ରଖିଛି ରାଫେଲ ।

ଏହାସହ ୫୦ହଜାର ଫୁଟ୍ ଉଚ୍ଚରେ ଆରାମରେ ଉଡିବା ସହ ଆକ୍ରମଣ କରିପାରିବ,  ଆକାଶରେ ୩ ହଜାର ୭ଶହ କିଲୋମିଟର୍ ପର୍ଯ୍ୟନ୍ତ ଟାର୍ଗେଟକୁ ଭେଦ କରିପାରିବ, ଡେଲ୍ଟା ଡେଣା ସାହଯ୍ୟରେ ଶୂନ୍ୟରେ ଗୋଟିଏ ସ୍ଥାନରେ ସ୍ଥିର ରହିିିବାର ରହିଛି କ୍ଷମତା । ସେହିପରି ଉନ୍ନତ ଇଂଜିନ୍ ଯୋଗୁଁ ମାତ୍ର ତିନି ସେକେଣ୍ଡରେ ଛୁଇଁପାରେ ସୁପର୍ସୋନିକ ସ୍ପିଡ୍, ଜଳ, ସ୍ଥଳ ଓ ଆକାଶରେ ଟାର୍ଗେଟକୁ ନିର୍ଭୁଲ ଭାବେ ଲକ୍ଷ୍ୟଭେଦ କରିବା ସହ ଆକାଶରେ ଉଡୁଥିବା ଅବସ୍ଥାରେ ଇନ୍ଧନ ଭରିପାର କ୍ଷମତା ରହିଛି । ଏବଂ ପରମାଣୁ ଅସ୍ତ୍ର ଧରି ଶତ୍ରୁପକ୍ଷ ଉପରେ ମାତ୍ର କେଇ ସେକେଣ୍ଡରେ ମାଡ କରିବାର ରହିଛି କ୍ଷମତା ।