ଆସୁଛି ରାଫେଲର ବାଜଆଖି , ଚର୍ଚ୍ଚାରେ ରାଫେଲର ତୀକ୍ଷ୍ଣ କ୍ୟାମେରା : ଅମ୍ବାଲା ମାଟିରେ ଆଜି ଓହ୍ଲାଇବ ରାଫେଲ୍ , ରାଫେଲରେ ଲାଗିଛି ଏକ ଟନ୍ ଓଜନର କ୍ୟାମେରା ; ମାଛର ଆଖିକୁ ତୀର ମାରିଲା ଭଳି ତୀକ୍ଷ୍ଣ ଏହାର ଲକ୍ଷ୍ୟଭେଦ

344

ଅମ୍ବାଲା ମାଟିରେ ଆଜି ଲ୍ୟାଣ୍ଡ କରିବ ରାଫେଲ୍ । ସ୍ୱାଗତ କରିବାକୁ ସଜେଇ ହେଲାଣି ଏୟାରଫୋର୍ସ ଷ୍ଟେସନ୍ । ୩୭୦୦ କିଲୋମିଟର ମାରକ କ୍ଷମତା ରଖୁଥିବା ୫ ଟି ରାଫେଲ୍ ଦେଶକୁ ଆସିଲେ ଏୟାର୍ ଡ଼ିଫେନ୍ସର ଶକ୍ତି ଦ୍ୱିଗୁଣ ବଢିଯିବ । ଶକ୍ତିଶାଳୀ ପରମାଣୁ ସମେତ ଅନ୍ୟାନ୍ୟ ହତିଆରକୁ ମଧ୍ୟ ଏହାରି ମାଧ୍ୟମରେ ଲଞ୍ଚ୍ କରାଯାଇପାରିବ । ଏଥିରେ ହତିଆରର ମହଜୁତ୍ ପାଇଁ ବି ୬ ମାସର ଗ୍ୟାରେଣ୍ଟି ମିଳିବ । ଏହି ସବୁ ସୁବିଧା ସହ ରାଫେଲର ରାଡ଼ାର ସିଷ୍ଟମରେ ଏକ ଟନର କ୍ୟାମେରାର ସୁବିଧା ମଧ୍ୟ ଉପଲବ୍ଧ ରହିବ । ଏହି ସବୁ ସୁବିଧା କାରଣରୁ ଅନ୍ୟ ଲଢୁଆ ବିମାନରୁ ରାଫେଲ୍ ଭିନ୍ନ ଅଟେ ।

ବାଜପକ୍ଷୀର ତୀକ୍ଷ୍ଣ ନଜର ଭଳି ରାଫେଲର ତୀକ୍ଷ୍ଣ ଆଖି ହେଉଛି ଏହାର ରାଡ଼ାରରେ ଥିବା ଏକ ଟନ୍ ର କ୍ୟାମେରା । ଏହି କ୍ୟାମେରା ଏତେ ତୀକ୍ଷ୍ଣ ଯେ ମାଟିରେ ଥିବା ଛୋଟରୁ ଛୋଟ କେନ୍ଦ୍ରକୁ ବି ଟାର୍ଗେଟ୍ କରିପାରେ । ସାଧାରଣ ଶବ୍ଦରେ କହିଲେ ମାଛର ଆଖି ତଥା ପିନ୍ ପଏଣ୍ଟ୍ ରେ ଟାର୍ଗେଟ୍ କରିବାରେ ସିଦ୍ଧହସ୍ତ ଏହି ଅତ୍ୟାଧୁନିକ କ୍ୟାମେରା । ୬୦ ହଜାର ଫୁଟ୍ ଉଚ୍ଚତାରୁ ଉଡ଼ାଣ ଦେଉଥିବା ରାଫେଲ୍ ଭାରତୀୟ ବାୟୁସେନାର ଆଧୁନିକିକରଣକୁ ଏକ ନୂଆ ଦିଗ ଦେବ ଏଥିରେ କୌଣସି ସନ୍ଦେହ ନାହିଁ । ଆଜି ପର୍ଯ୍ୟନ୍ତ ଇଣ୍ଡିଆନ୍ ଏୟାରଫୋର୍ସର ମେରୁଦଣ୍ଡକୁ ସଳଖି ରଖିଥିବା ମିଗ୍ ବିମାନ ନିଜର ପିକ୍ ଟାର୍ଗେଟ୍ ପାଇଁ ପ୍ରସିଦ୍ଧ ଥିଲା । ହେଲେ ମିଗ୍ ଠାରୁ ୨ ପାଦ ଆଗରେ ରହିବ ରାଫେଲ୍ । ଖାଲି ଏତିକି ନୁହଁ ରାଫେଲରେ ୬୦ ଘଣ୍ଟା ଅତିରିକ୍ତ ଉଡ଼ାଣ ବି ଭରାଯାଇପାରିବ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

Comments are closed.