ଅମ୍ବାଲା ମାଟିରେ ଆଜି ଲ୍ୟାଣ୍ଡ କରିବ ରାଫେଲ୍ । ସ୍ୱାଗତ କରିବାକୁ ସଜେଇ ହେଲାଣି ଏୟାରଫୋର୍ସ ଷ୍ଟେସନ୍ । ୩୭୦୦ କିଲୋମିଟର ମାରକ କ୍ଷମତା ରଖୁଥିବା ୫ ଟି ରାଫେଲ୍ ଦେଶକୁ ଆସିଲେ ଏୟାର୍ ଡ଼ିଫେନ୍ସର ଶକ୍ତି ଦ୍ୱିଗୁଣ ବଢିଯିବ । ଶକ୍ତିଶାଳୀ ପରମାଣୁ ସମେତ ଅନ୍ୟାନ୍ୟ ହତିଆରକୁ ମଧ୍ୟ ଏହାରି ମାଧ୍ୟମରେ ଲଞ୍ଚ୍ କରାଯାଇପାରିବ । ଏଥିରେ ହତିଆରର ମହଜୁତ୍ ପାଇଁ ବି ୬ ମାସର ଗ୍ୟାରେଣ୍ଟି ମିଳିବ । ଏହି ସବୁ ସୁବିଧା ସହ ରାଫେଲର ରାଡ଼ାର ସିଷ୍ଟମରେ ଏକ ଟନର କ୍ୟାମେରାର ସୁବିଧା ମଧ୍ୟ ଉପଲବ୍ଧ ରହିବ । ଏହି ସବୁ ସୁବିଧା କାରଣରୁ ଅନ୍ୟ ଲଢୁଆ ବିମାନରୁ ରାଫେଲ୍ ଭିନ୍ନ ଅଟେ ।
ବାଜପକ୍ଷୀର ତୀକ୍ଷ୍ଣ ନଜର ଭଳି ରାଫେଲର ତୀକ୍ଷ୍ଣ ଆଖି ହେଉଛି ଏହାର ରାଡ଼ାରରେ ଥିବା ଏକ ଟନ୍ ର କ୍ୟାମେରା । ଏହି କ୍ୟାମେରା ଏତେ ତୀକ୍ଷ୍ଣ ଯେ ମାଟିରେ ଥିବା ଛୋଟରୁ ଛୋଟ କେନ୍ଦ୍ରକୁ ବି ଟାର୍ଗେଟ୍ କରିପାରେ । ସାଧାରଣ ଶବ୍ଦରେ କହିଲେ ମାଛର ଆଖି ତଥା ପିନ୍ ପଏଣ୍ଟ୍ ରେ ଟାର୍ଗେଟ୍ କରିବାରେ ସିଦ୍ଧହସ୍ତ ଏହି ଅତ୍ୟାଧୁନିକ କ୍ୟାମେରା । ୬୦ ହଜାର ଫୁଟ୍ ଉଚ୍ଚତାରୁ ଉଡ଼ାଣ ଦେଉଥିବା ରାଫେଲ୍ ଭାରତୀୟ ବାୟୁସେନାର ଆଧୁନିକିକରଣକୁ ଏକ ନୂଆ ଦିଗ ଦେବ ଏଥିରେ କୌଣସି ସନ୍ଦେହ ନାହିଁ । ଆଜି ପର୍ଯ୍ୟନ୍ତ ଇଣ୍ଡିଆନ୍ ଏୟାରଫୋର୍ସର ମେରୁଦଣ୍ଡକୁ ସଳଖି ରଖିଥିବା ମିଗ୍ ବିମାନ ନିଜର ପିକ୍ ଟାର୍ଗେଟ୍ ପାଇଁ ପ୍ରସିଦ୍ଧ ଥିଲା । ହେଲେ ମିଗ୍ ଠାରୁ ୨ ପାଦ ଆଗରେ ରହିବ ରାଫେଲ୍ । ଖାଲି ଏତିକି ନୁହଁ ରାଫେଲରେ ୬୦ ଘଣ୍ଟା ଅତିରିକ୍ତ ଉଡ଼ାଣ ବି ଭରାଯାଇପାରିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2020/07/gfbh.jpg)
/kanak/media/post_attachments/wp-content/uploads/2020/07/Rafale-696x443-300x191.jpg)
/kanak/media/post_attachments/wp-content/uploads/2020/07/rafael4-1595919169-300x169.jpg)