ଚୀନ୍ ସହ ବିବାଦ ମଧ୍ୟରେ ଆକାଶରେ ବାୟୁବୀର ରାଫେଲର ପରାକ୍ରମ: ୩ ହଜାର ୭ଶହ କିଲୋମିଟର ରହିଛି ରେଂଜ; ୧୮ଶହ କିଲୋମିଟର ପରିଧି ଭିତରେ ଆସୁଥିବା ପାକିସ୍ତାନ ଓ ଚୀନ ଅଂଚଳରେ ସମସ୍ତ ଅଭିଯାନକୁ କାର୍ଯ୍ୟକାରୀ କରିବାରେ ସମର୍ଥ

277

କନକ ବ୍ୟୁରୋ: ବାୟୁସେନାରେ ସାମିଲ ହେଲା ବାହୁବଳି ରାଫେଲ । ଅମ୍ବାଲାରେ ବାୟୁସେନାର ସେଭେନଟିନ ସ୍କ୍ୱାର୍ଡନ ଗୋଲଡେନ ଏରୋଜରେ ସାମିଲ ହେଲା ଏହି ଶକ୍ତିଶାଳୀ ଯୁଦ୍ଧ ବିମାନ । ଯୁଦ୍ଧ ରଣନୀତି ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଏହି ସ୍ଥାନରେ ରାଫେଲ ଫାଇଟର ଜେଟ୍ ମୁତୟନ ହୋଇଛି । ସର୍ବଧର୍ମ ପୂଜାର୍ଚ୍ଚନା ପରେ ବାୟୁସେନାରେ ସାମିଲ ହୋଇଛି ଆକାଶର ବାହୁବଳି । ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ସେନାର ଶକ୍ତି ବଢାଇବ ଫ୍ରାନ୍ସ ଲଢୁଆ ବିମାନ ।

ପରାକ୍ରମର ଅନ୍ୟ ନାମ ରାଫେଲ । ଆକାଶରେ ବାୟୁବୀର ରାଫେଲର ପରାକ୍ରମ । ବାୟୁସେନାରେ ସାମିଲ ହେଲା ବାହୁବଳି ରାଫେଲ । ହଜିଯିବ ପଡୋଶୀ ଚୀନ୍ ଓ ପାକିସ୍ତାନର ନୀଦ । ଦୀର୍ଘ ବର୍ଷର ପ୍ରତିକ୍ଷାର ଅନ୍ତ ଘଟିଲା । ଭାରତୀୟ ବାୟୁସେନାରେ ଏକାଥରକେ ସାମିଲ ହେଲା ୫ଟି ରାଫେଲ୍ ଯୁଦ୍ଧ ବିମାନ । ଅମ୍ବାଲାରେ ବାୟୁସେନାର ସେଭେନଟିନ ସ୍କ୍ୱାର୍ଡନ ଗୋଲଡେନ ଏରୋଜରେ ସାମିଲ ହେଲା ଏହି ଶକ୍ତିଶାଳୀ ଯୁଦ୍ଧ ବିମାନ । ଯୁଦ୍ଧ ରଣନୀତି ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଏହି ସ୍ଥାନରେ ରାଫେଲ ଫାଇଟର ଜେଟ୍ ମୁତୟନ ହୋଇଛି । ସର୍ବଧର୍ମ ପୂଜାର୍ଚ୍ଚନା ପରେ ବାୟୁସେନାରେ ସାମିଲ ହୋଇଛି ଆକାଶର ବାହୁବଳି ।

ଭାରତର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଏବଂ ଫ୍ରାନ୍ସର ରକ୍ଷା ମନ୍ତ୍ରୀ ଫ୍ଲୋରେନ୍ସ ପର୍ଲେ ଉପସ୍ଥିତିରେ ବାୟୁସେନାରେ ବିଧିବଦ୍ଧ ଭାବେ ସାମିଲ ହୋଇଛି ରାଫେଲ । ଏହା ଏବେ ଶତ୍ରୁ ଦେଶ ଗୁଡିକ ପାଇଁ ସୀମାରେ କଡା ବାର୍ତା ଦେବ ବୋଲି ଚେତାଇ ଦେଇଛନ୍ତି ରାଜନାଥ ସିଂ । ଭାରତର ସୀମା ଆଡକୁ ଆଖି ଦେଖାଉ ଥିବା ଶତ୍ରୁକୁ ଏଥର କଡା ଭାଷାରେ ଜବାବ ଦେବାରେ ସମର୍ଥ ହେବ ରାଫେଲ୍ ।  ଅଂବାଲା ଏୟାରବେସରେ ପ୍ରାୟ ଅଧ ଘଂଟା ଧରି ରାଫେଲ୍ ଦେଖାଇଥିଲା ଏୟାର ସୋ । ରାଫେଲର ଶକ୍ତି ପ୍ରଦର୍ଶନରେ ସମସ୍ତେ ହୋଇଯାଇଥିଲେ ଚକିତ । କଳା କୌଶଳ ସବୁ ଥିଲା ଆଖି ଲାଖି ଯିବା ପରି । ଶବ୍ଦ ଠାରୁ ଅଧିକ ବେଗରେ ଗତି କରି, ଆକାଶର ଛାତି ଚିରି, ବିଭିନ୍ନ ଦିଗକୁ ବୁଲି ଯେଉଁ ଭଳି ଆକାଶରେ କଳାବାଜି ପ୍ରଦର୍ଶନ କରିଥିଲା ରାଫେଲ୍ ବିମାନ, ତାହା ଥିଲା ଶତ୍ରୁ ଦେଶ ଗୁଡିକ ପାଇଁ ବଡ ଚେତାବନୀ । ଏହି ପରେ ବାୟୁସେନାର ପରମ୍ପରା ଅନୁସାରେ ରାଫେଲ୍ ଯୁଦ୍ଧ ବିମାନ ଗୁଡିକୁ ଦିଆଯାଇଥିଲା ୱାଟର ସାଲ୍ୟୁଟ୍ ।

ରାଫେଲ୍ ଯେତେବେଳେ ଆକାଶରେ ଶକ୍ତି ଦେଖାଉଥିବା ସେହି ସମୟରେ ଏୟାର ସୋରେ ସାମିଲ ହୋଇଥିବା ଜାଗୁଆର, ସୁଖୋଇ, ତେଜସ ଓ ସାରଙ୍ଗ । ଆଜିର ଦିନ ଭାରତୀୟ ବାୟୁସେନା ପାଇଁ ଐତିହାସିକ ହୋଇ ରହିବ । କାରଣ ଆଜିଠୁ ବାୟୁସେନାରେ ଆରମ୍ଭ ହୋଇଯାଇଛି ରାଫେଲ ଯୁଗ । ଭାରତୀୟ ବାୟୁସେନାରେ ରାଫେଲ ସାମିଲ ହେବା ଉତ୍ସବକୁ ଐତିହାସିକ କରିବାକୁ ହୋଇଥିଲା ସ୍ୱତନ୍ତ୍ର ଆୟୋଜନ ।