କନକ ବ୍ୟୁରୋ : ଗୋଟିଏ ପଟେ ପାକିସ୍ତାନ ଏବେ ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଛି । ଦେଶର ଆର୍ଥିକ ସ୍ଥିତି ଏଭଳି ରହିଛି କି ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନକୁ ଗିଫ୍ଟ ଆକାରରେ ମିଳିଥିବା କିଛି ଜିନିଷ ବିକିବାକୁ ବାଧ୍ୟ ହେଉଛି । ଏହାରି ମଧ୍ୟରେ ସୁଯୋଗ ଉଣ୍ଡି ଚାଇନା ପୁଣି ପାକିସ୍ତାନକୁ ଋଣଯନ୍ତାରେ ପକାଇ ଲାଭ ଉଠାଇବାକୁ କିଛି ଯୁଦ୍ଧାସ୍ତ୍ର ବିକ୍ରି କରିବା ନେଇ ଚୁକ୍ତି କରିଛି । ଏହି ଚୁକ୍ତିରେ ରହିଛି ଜେଏଫ-୧୭ ଥଣ୍ଡର ଯୁଦ୍ଧ ବିମାନ । ଏହି ବିମାନ ଭାରତ କିଣିଥିବା ରାଫେଲ ବିମାନର ଶକ୍ତି ସହ ସମାନ ବୋଲି ଚୀନ ଦାବି କରିଛି ।
ହେଲେ ପାକିସ୍ତାନକୁ ଚୀନ ଯେଉଁ ଜେଏଫ-୧୭ ଥଣ୍ଡର ଯୁଦ୍ଧ ବିମାନ ବିକ୍ରି କରିବାକୁ ଚୁକ୍ତି କରିଛି ତାହା କେବେ ବି ରାଫେଲ ବିମାନ ସହ ସମକକ୍ଷ ନୁହେଁ । କାରଣ ଏହି ଯୁଦ୍ଧ ବିମାନ ଭାରତରେ ନିର୍ମିତ ହେଉଥିବା ସ୍ୱଦେଶୀ ହାଲକା ଯୁଦ୍ଧ ବିମାନ ତେଜସ ଭଳି । ଅନ୍ୟପଟେ ଭାରତ ଫ୍ରାନ୍ସ ଠାରୁ ରାଫେଲ ବିମାନ କିଣିବା ପରେ ଚୀନ ଏହି ଯୁଦ୍ଧ ବିମାନ ବିକଶିତ କରିଥିବାରୁ ଏହାର କିଛି ଗୁଣ ରାଫେଲ ବିମାନ ସହିତ ସମାନ ହୋଇଥିବା ନେଇ ଚର୍ଚ୍ଚା ହେଉଛି ।
ପାକିସ୍ତାନର ଏୟାର ଫୋର୍ସ ପ୍ରବକ୍ତା ଅର୍ନ୍ତରାଷ୍ଟ୍ରୀୟ ଗଣମାଧ୍ୟମକୁ କହିଛନ୍ତି କି ନେକ୍ସଟ ଜେନେରେସନ ଜେଏଫ-୧୭ ଥଣ୍ଡର ବ୍ଲକ ୩ ଚୀନ ଓ ପାକିସ୍ତାନ ମିଳିତ ଭାବେ ନିର୍ମାଣ କରିଛନ୍ତି । ଏହାକୁ ମାର୍ଚ୍ଚ ୨୩ ରେ ମିଲିଟାରୀ ପ୍ୟାରେଡରେ ସାମିଲ କରାଯିବ । ଚୀନ ଏହି ଯୁଦ୍ଧ ବିମାନର ସମସ୍ତ ପରୀକ୍ଷଣ ସମାପ୍ତ କରିଛି । ଏହାର ପ୍ରଥମ କିସ୍ତି ମାର୍ଚ୍ଚ ଶେଷ ସୁଦ୍ଧା ପାକିସ୍ତାନକୁ ମିଳିଯିବ ବୋଲି ଅନୁମାନ କରିଛନ୍ତି ପାକିସ୍ତାନ ଏୟାର ଫୋର୍ସର ପ୍ରବକ୍ତା ।
ଜେଏଫ-୧୭ ଥଣ୍ଡର ବ୍ଲକ ୩ ଏକ ଅତ୍ୟାଧୁନିକ ଓ ହାଲକା ଯୁଦ୍ଧ ବିମାନ, ଏହା କୌଣସି ବି ପାଗରେ ଉଡିପାରୁଥିବା ମଲ୍ଟି ରୋଲ ଫାଇଟର ଏୟାରକ୍ରାଫ୍ଟ । ଏହା ମହାକାଶରେ ଯୁଦ୍ଧ କରିପାରିବା ସହ ମହାକାଶରୁ ମାଟି ପର୍ଯ୍ୟନ୍ତ ସମସ୍ତ ପରିସ୍ଥିତିରେ ଯୁଦ୍ଧ କରିପାରିବ ବୋଲି କୁହାଯାଇଛି । ଏହାକୁ ପାକିସ୍ତାନ ଏୟାରନଟିକାଲ କମ୍ପେ୍ଲକ୍ସ ଓ ଚେଗଦୁ ଏୟାରକ୍ରାଫ୍ଟ ଇଣ୍ଡଷ୍ଟ୍ରି ମିଳିତ ଭାବେ ବିକଶିତ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/02/29-10.jpg)