ସୁପ୍ରିମକୋର୍ଟରେ ରାଫେଲ୍ ରାୟ । କେନ୍ଦ୍ର ସରକାରଙ୍କୁ ବଡ ଆଶ୍ୱସ୍ତି, ପୁନର୍ବିଚାର ଆବେଦନକୁ ଖାରଜ କଲେ ସର୍ବୋଚ୍ଚ ନ୍ୟାୟାଳୟ ।

214

କନକ ବ୍ୟୁରୋ : ରାଫେଲ୍ ମାମଲାକୁ ନେଇ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟରୁ ବଡ ଆଶ୍ୱସ୍ତି । ୨୦୧୮ରେ ସୁପ୍ରିମକୋର୍ଟ ରାଫେଲ୍ ଯୁଦ୍ଧ ବିମାନ କିଣା ନେଇ ଦେଇଥିବା ରାୟର ପୁନର୍ବିଚାର ପାଇଁ ହୋଇଥିବା ଆବେଦନକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ । ପ୍ରଧାନ ବିଚାରପତି ଜଷ୍ଟିସ୍ ରଂଜନ ଗୋଗଇଙ୍କ ନେତୃତ୍ୱରେ ୫ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି ।

ଆଜି ସୁପ୍ରିମକୋର୍ଟ ଏହାର ପୁର୍ନବିଚାର ଆବେଦନର ଶୁଣାଣି କରିବାକୁ ଯାଇ ରାଫେଲ୍ ଡିଲ୍ ମାମଲାରେ ହସ୍ତକ୍ଷେପ ପାଇଁ ମନା କରିଦେଇଛନ୍ତି । ୨୦୧୮ରେ ସୁପ୍ରିମକୋର୍ଟ ରାଫେଲ୍ ମାମଲାରେ କୌଣସି ଦୁର୍ନୀତି ହୋଇନଥିବା ନେଇ ଯେତେବେଳେ ରାୟ ଦେଇଥିଲେ ସେତେବେଳେ ଏହାକୁ ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣଙ୍କ ସମେତ ଅନ୍ୟ ରାଜନୈତିକ ଦଳ ବିରୋଧ କରିଥିଲେ । ଏହି ରାୟର ପୁନର୍ବିାଚାର କରିବାକୁ ଆବେଦନ ହୋଇଥିଲା । ଯାହାକୁ ଆଜି ସର୍ବୋଚ୍ଚ ଅଦାଲତ ଖାରଜ କରିଦେଇଛନ୍ତି ।