ରାଫେଲ ଡିଲ ଯାଂଚ ପାଇଁ ଫ୍ରାନ୍ସର ବଡ ଆକ୍ସନ । ନିଯୁକ୍ତ କଲେ ସ୍ୱତନ୍ତ୍ର ଜଜ୍

171

କନକ ବ୍ୟୁରୋ : ରାଫେଲ ଡିଲର ଯାଂଚ କରିବେ ଫ୍ରାନ୍ସ ସରକାର । ଏନେଇ ସରକାରଙ୍କ ପକ୍ଷରୁ ଜଣେ ସ୍ୱତନ୍ତ୍ର ଜଜ୍ ନିଯୁକ୍ତ କରାଯାଇଛି । ଫ୍ରାନ୍ସର ପବ୍ଲିକ ପ୍ରସିକ୍ୟୁଟର ସର୍ଭିସେଜ (ପିଏନଏଫ) ର ଫାଇନାନସିଆଲ କ୍ରାଇମବ୍ରାଞ୍ଚ କହିଛି କି ରାଫେଲ ଡିଲକୁ ନେଇ ଉଠିଥିବା ଦୁର୍ନୀତି ଓ ପକ୍ଷପାତିତା ଉପରେ ଯାଂଚ କରାଯିବ ।

ଫ୍ରାନ୍ସ ଏମିତି ସମୟରେ ରାଫେଲ ଡିଲ ଉପରେ ଯାଂଚ ନିର୍ଦ୍ଦେଶ ଦେଇଛି ଯେତେବେଳେ କି, ଫ୍ରାନ୍ସର ସେରପା ନାମରେ ଏକ ବେସରକାରୀ ସେବା ସଂସ୍ଥା ରାଫେଲ ଡିଲକୁ ନେଇ ଅଭିଯୋଗ ଆଣିଥିଲା ଓ ଫ୍ରେଞ୍ଚ ପବ୍ଲିକସେନ ମିଡିଆ ପାର୍ଟ ଏନେଇ ବାରମ୍ବାର ରିପୋର୍ଟ ପ୍ରକାଶ କରିଥିଲା । କହିରଖୁ କି ରାଫେଲ ଡିଲରେ ଦୁର୍ନୀତି ହୋଇଥିବା ନେଇ ୨୦୧୮ ମସିହାରେ ସେରପା ଅଭିଯୋଗ ଆଣିଥିଲା । ମାତ୍ର ପିଏନଏଫ୍ ଏହାକୁ ଖାରଜ କରିଦେଇଥିଲା । ସୂଚନା ଥାଉକି ରାଫେଲ ଯୁଦ୍ଧ ବିମାନର ଡିଲ ୭.୮ ବିଲିୟନ ୟୁରୋ ।

ଶୁକ୍ରବାର ଦିନ ଫ୍ରେଞ୍ଚ ପବ୍ଲିକେସନ ମିଡିଆପାର୍ଟ କହିଥିଲା କି ଜୁନ ୧୪ ତାରିଖରେ ଜଣେ ମାଜିଷ୍ଟେଟଙ୍କ ଦ୍ୱାରା ଏହି ମାମଲାର ଯାଂଚ ଆରମ୍ଭ କରିଥିଲା । ଏହି ମାମଲାରେ ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ଫ୍ରାନ୍ସବା ଔଲାଦ (ଜିଏ କି ରାଫାଲ ଡିଲ ଉପରେ ହସ୍ତାକ୍ଷର କରିଥଲେ) ଏହା ସହ ବର୍ତମାନର ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ (ରାଫେଲ ଡିଲ ସମୟରେ ଅର୍ଥମନ୍ତ୍ରୀ) ଙ୍କ କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ପଚରାଯିବ । ଅନ୍ୟପଟେ ସେତେବେଳେ ଫ୍ରାନ୍ସର ରକ୍ଷାମନ୍ତ୍ରୀ ଥିବା ଓ ଏବେ ବୈଦେଶିକ ମନ୍ତ୍ରୀ ଜୀନ-ୟବେସ ଲେ ଡ୍ରିୟାନା ବି ଏହି ତଦନ୍ତ ପରିସରକୁ ଆସିବେ ବୋଲି ଫ୍ରେଞ୍ଚ ପବ୍ଲିକେସନ ମିଡିଆପାର୍ଟ କହିଛି।
ଏସବୁ ପରେ ରାଫେଲ ଯୁଦ୍ଧ ବିମାନ ପ୍ରସ୍ତୁତ କରିଥିବା ଡାସଲ୍ଡ ଏଭିଏସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । କିନ୍ତୁ ଏହାପୂର୍ବରୁ ଏହି ଅଭିଯୋଗକୁ ନେଇ ଡାସଲ୍ଡ ଏଭିଏସନ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା କି ରାଫେଲକୁ ନେଇ ଇଣ୍ଡୋ-ଫ୍ରେଞ୍ଚ ଡିଲରେ କୌଣସି ଦୁର୍ନୀତି ହୋଇ ନାହିଁ ।