ରାଫାଲ ଚୁକ୍ତିରେ ୬୫ କୋଟିର କମିଶନ, କଂଗ୍ରେସକୁ ନେଇ ଏମିତି କହିଲେ ସମ୍ବିତ ପାତ୍ର

146

କନକ ବ୍ୟୁରୋ : ପୁଣି ଥରେ ଦେଶର ରାଜନୀତି ରାଫାଲ ଚୁକ୍ତିକୁ ନେଇ ସରଗରମ ହେବାରେ ଲାଗିଛି । ଫ୍ରେଞ୍ଚ ପବ୍ଲିକେଶନର ମିଡିଆପାର୍ଟ ନିଜ ରିପୋର୍ଟରେ ଦାବି କରିଛି କି ଏହି ଚୁକ୍ତିରେ ଡାସଲ୍ଡ ଏଭିଏସନ ସୁରେନ ଗୁପ୍ତା ନାମକ ଜଣେ ମଧ୍ୟସ୍ଥିକୁ ୭.୫ ମିଲିୟନ ୟୁରୋ (ଭାରତୀୟ ମୁଦ୍ରାରେ ୬୫ କୋଟି ଟଙ୍କା) ଦେଇଛି । ଏନେଇ ଏବେ ଶାସକ ବିଜେପି ଓ  ବିରୋଧୀ ବିଜେପି ନେତାଙ୍କ ମଧ୍ୟରେ କଥା କଟାକଟି ହୋଇଛି । ରାଫାଲ ଚୁକ୍ତିରେ ହୋଇଥିବା ଦୁର୍ନୀତିକୁ ନେଇ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଓ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ସରକାରଙ୍କୁ ଘେରିଛନ୍ତି । ଏହାସହ କଂଗ୍ରେସ ପ୍ରବକ୍ତା ପୱନ ଖେଡା ବି ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ଚୁକ୍ତିକୁ ରକ୍ଷା କ୍ଷେତ୍ରରେ ସବୁଠାରୁ ବଡ ଘୋଟାଲା ବୋଲି କହିଛନ୍ତି । ସେପଟେ ବିଜେପି ପ୍ରବକ୍ତା ସମ୍ବିତ ପାତ୍ର ବି ଏକ ସାମ୍ବାଦିକ ସମ୍ମଳନୀରେ ରାହୁଲ ଓ ପ୍ରିୟଙ୍କା ଏହି ଚୁକ୍ତିରେ କମିଶନ ଖାଇଥିବା କଥା କହିଛନ୍ତି ।

ପୱନ ଖେଡା ଏକ ଶକ୍ତ ଅଭିଯୋଗ ଆଣି କହିଛନ୍ତି କି ଏହା ୬୫ କୋଟିର ଦୁର୍ନୀତି ନୁହେଁ , ବରଂ ମାର୍ଚ୍ଚ ୨୬ ୨୦୦୧୯ରେ ଇଡି ଏହି ମଧ୍ୟସ୍ଥିଙ୍କ ଘରେ ଚଢାଉ କରି ରକ୍ଷା ମନ୍ତ୍ରଣାଳୟର ଗୋପନୀୟ କାଗଜପତ୍ର ଜବତ କରିଥିବା କଥା କହିଛନ୍ତି । ଏହାକୁ ଖେଡା ଦେଶଦ୍ରୋହ ଓ ଅଫିସିଆଲ ସିକ୍ରେଟ୍ ଆକ୍ଟର ଉଲଙ୍ଘନ ବୋଲି କହିଥିଲେ । ଏହାସହ ରାଫାଲ ଦୁର୍ନୀତି ଉପରେ ପରଦା ଢାଙ୍କିବାକୁ ବିଜେପି ସିବିଆଇ ଓ ଇଡି ସହିତ ମେଣ୍ଟ କରିଛନ୍ତି    ।

କେବଳ ଖେଡା ନୁହେଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ବି ଟ୍ୱିଟ୍ ମାଧ୍ୟମରେ ସରକାରଙ୍କୁ ଘେରିଛନ୍ତି । ଏହାସହ ନିଜ ଦଳର ନେତା ଓ କର୍ମୀମାନଙ୍କୁ ଏଭଳି ଏକ ଭ୍ରଷ୍ଟ ସରକାର ବିରୋଧରେ ଲଢେଇ ଜାରି ରଖିବାକୁ ଆହ୍ୱାନ ଦେଇଛନ୍ତି ।