ରଇଜକୁ ନେଇ ଚିନ୍ତିତ ଶାହାରୁଖ

ରଇଜକୁ ନେଇ ଚିନ୍ତିତ ଶାହାରୁଖ

କିଙ୍ଗ ଖାନ ତାଙ୍କ ଅପକମିଂ ଆକ୍ସନ ଫିଲ୍ମ ରଇଜର ରିଲିଜକୁ ନେଇ ବେଶ ଚିନ୍ତିତ । କାରଣ ଇଦରେ ସଲମାନଙ୍କ ଅଭିନୀତ ସୁଲତାନ ରିଲିଜ ହେଉଛି । ସୁଲତାନ ସହ ଟକ୍କର ଦେବା ପାଇଁ ଶାହାରୁଖ ଜମାରୁ ବି ରାଜି ନାହାନ୍ତି । ତେଣୁ ଇଦରେ ନୁହେଁ ଦିୱାଲିରେ ରଇଜର ରିଲିଜ ପାଇଁ ଯୋଜନା କରୁଛନ୍ତି ବାଦଶାହା ଖାନ୍ । ବକ୍ସ ଅଫିସରେ ଦିଲୱାଲେ ଓ ବାଜିରାଓ ମସ୍ତାନୀ ଟକ୍କରରେ ଦିଲୱାଲେକୁ ବିଫଳତାର ସ୍ୱାଦ ଚାଖିବାକୁ ପଡିଥିଲା । ତେଣୁ ରଇଜକୁ ନେଇ ଶାହାରୁଖ ବେଶ ଆଶାବାଦୀ ଅଛନ୍ତି । ଅନ୍ୟପଟେ ଦିୱାଲି ମୌକାରେ କରନ ଜୋହରଙ୍କ ଏ ଦିଲ ହେ ମୁସ୍କିଲ୍ , ଅଜୟ ଦେବଗନଙ୍କ ଶିବାୟା ରିଲିଜ ହେଉଥିବାରୁ ଶାହାରୁଖଙ୍କ ଅଧିକ ଚ୍ୟାଲେଞ୍ଜର ସାମନା କରିବାକୁ ପଡିପାରେ  ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe