ଜାନୁଆରୀ ୨୫ରେ ପରଦାକୁ ଆସିଥିଲା ବଲିଉଡ୍ ସିନେମା ‘ରଇସ’ । କିଙ୍ଗ ଖାନ ଓ ପାକିସ୍ତାନୀ ନାୟିକାଙ୍କ ମନଛୁଆଁ ଅଭିନୟ ଦର୍ଶକଙ୍କୁ ବେଶ ପସନ୍ଦ କରିପାରିଛି । ତେବେ ଏହି ସିନେମାଟି ‘କାବିଲ’କୁ ଟକ୍କର ଦେବା ସହ ବକ୍ସ ଅଫିସରରେ ବେଶ ଭଲ ଟଙ୍କା ରୋଜଗାର ମଧ୍ୟ କରିପାରିଛି । ଏଥିସହ ଦର୍ଶକଙ୍କୁ ବେଶ ଆକୃଷ୍ଟ କରିଛି ସନ୍ନି ଲିଓନିଙ୍କ ଆଇଟମ ଗୀତ ‘ଲୈଲା’ ।
ଏବେ ଏହି ହିଟ ଗୀତର ମେକିଂ ଭିଡିଓକୁ ଜାରି କରିିଛନ୍ତି ପ୍ରଯୋଜନା ସଂସ୍ଥା । ଏହି ମେକିଂ ଭିଡିଓରେ ସୁଟିଂ ସମୟରେ କିଛି ଖାସ ଦୃଶ୍ୟକୁ ସ୍ଥାନ ଦିଆଯିବା ସହ କଳାକାର ମାନେ ଅନୁଭୁତି ବାଂଟିଛନ୍ତି । ଆଉ ଏହି ଅନୁଭୁତିକୁ ବାଂଟିବା ସହ ସନ୍ନି କହିଛନ୍ତି କି ଶାହାରୁଖଙ୍କ ସହ ଅଭିନୟ କରିବାର ମୌକା ତାଙ୍କ ପାଇଁ କୌଣସି ସ୍ୱପ୍ନଠୁ କିଛି କମ ନଥିଲା ।
ଏହା ସହ ଦେଖନ୍ତୁ ଏହି ଭିଡିଓ-
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/02/laila-main-laila.jpg)