କନକ ବ୍ୟୁରୋ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ରାୟବରେଲିରେ ପହଞ୍ଚିବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଜୋରଦାର ପ୍ରଚାର କରିଛନ୍ତି । ଜନସଭାକୁ ସମ୍ବୋଧନ କରିବା ପରେ ରାୟବରେଲିରେ ଭିନ୍ନ ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା । ରାହୁଲଙ୍କ ସମ୍ବୋଧନ ପରେ ଜନସଭା ଭିତରୁ କିଛି ଲୋକ ପ୍ରଶ୍ନ ପଚାରିବା ଆରମ୍ଭ କରିଥିଲେ । ରାହୁଲ କେବେ ବାହା ହେବେ ବୋଲି ପ୍ରଶ୍ନ କରୁଥିଲେ ଲୋକେ । ଲୋକଙ୍କର ଏହି ପ୍ରଶ୍ନ ଯେତେବେଳେ ରାହୁଲ ଗାନ୍ଧୀଙ୍କ କାନରେ ବାଜିଲା, ସେତେବେଳେ ହସିବା ସହ କହିଥିଲେ ଖୁବଶୀଘ୍ର ବିବାହ କରିବାକୁ ପଡିବ ।
ଚଳିତଥର ରାହୁଲ ଗାନ୍ଧୀ ୱାୟନାଡ ଆସନ ସହ ରାୟବରେଲି ଆସନରୁ ନିର୍ବାଚନ ଲଢୁଛନ୍ତି । ୱାୟନାଡ ଆସନ ପାଇଁ ପୂର୍ବରୁ ମତଦାନ ଶେଷ ହୋଇଥିବା ବେଳେ ଏବେ ରାୟବରେଲିରେ ଇଣ୍ଡିଆ ମେଣ୍ଟର ପ୍ରାର୍ଥୀ ହୋଇଛନ୍ତି । ଏହି ଆସନରେ ଆସନ୍ତା ୨୦ ତାରିଖରେ ନିର୍ବାଚନ ହେବାକୁ ଯାଉଛି । ଅନ୍ୟପଟେ ଭାଇ ରାହୁଲ ଗାନ୍ଧୀଙ୍କ ପାଇଁ ପ୍ରଚାରକୁ ଜୋରଦାର କରିଛନ୍ତି ଭଉଣୀ ପ୍ରିୟଙ୍କା ଗାନ୍ଧୀ । ଗାଁ ଗାଁ ବୁଲି ରାହୁଲଙ୍କ ପାଇଁ ପ୍ରଚାର କରୁଛନ୍ତି । ଅନ୍ୟପଟେ ରାହୁଲ ଗାନ୍ଧୀ ଆଜି ରାୟବରେଲିରୁ ବିଜେପିକୁ ଜୋରଦାର ଟାର୍ଗେଟ କରିଛନ୍ତି । ବିଭିନ୍ନ ପ୍ରସଙ୍ଗ ଉଠାଇ ବିଜେପି ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଘେରିଛନ୍ତି ରାହୁଲ ଗାନ୍ଧୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/05/rahul-gandhi-151736425-16x9_0.webp)