ଭାରତ ଇତିହାସରେ ପ୍ରଥମଥର ପାଇଁ ଜଣେ ମହିଳା ଖେଳାଳୀଙ୍କ ନାମରେ ନାମିତ ହେଲା ଷ୍ଟାଡିୟମ, ଜାଣନ୍ତୁ କିଏ ଏହି ମହିଳା ଖେଳାଳୀ

Advertisment
ଭାରତ ଇତିହାସରେ ପ୍ରଥମଥର ପାଇଁ ଜଣେ ମହିଳା ଖେଳାଳୀଙ୍କ ନାମରେ ନାମିତ ହେଲା ଷ୍ଟାଡିୟମ, ଜାଣନ୍ତୁ କିଏ ଏହି ମହିଳା ଖେଳାଳୀ

କନକ ବ୍ୟୁରୋ : ଉତ୍ତର ପ୍ରଦେଶର ରାୟବରେଲୀ ଠାରେ ଥିବା ହକି ଷ୍ଟାଡିୟମକୁ ଭାରତୀୟ ଟିମର ଷ୍ଟାର ଖେଳାଳୀ ରାନୀ ରାମପାଲଙ୍କ ନାମରେ ନାମିତ କରାଯାଇଛି । ଏଭଳି ଉପଲବ୍ଧି ପାଇବାରେ ରାନୀ ହେଉଛନ୍ତି ପ୍ରଥମ ଭାରତୀୟ ମହିଳା ଖେଳାଳୀ । ଏନସିଏଫ ରାୟବରେଲି ହକି ଷ୍ଟାଡିୟମର ନାମ ବଦଳାଇ ‘ରାନୀଜୀ ଗର୍ଲସ୍ ହକିଟର୍ଫ’ ନାମରେ ନାମିତ କରାଯାଇଛି ।

ଉତ୍ତର ପ୍ରଦେଶ ସରକାର ଏଭଳି ଘୋଷଣା କରିବା ପରେ ରାନୀ ରାମପାଲଙ୍କ ତରଫରୁ ଏହି ଷ୍ଟାଡିୟମରେ ନିଜର ଅନୁଭୂତିକୁ ନେଇ କିଛି ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏହାସହ ରାନୀ ରାମପାଲ ଏହି ଷ୍ଟାଡିୟମ ଉଦଘାଟନ କରୁଥିବାର ଫଟୋ ମଧ୍ୟ ସେୟାର କରିଛନ୍ତି । ଏନେଇ ରାନୀ ତାଙ୍କ ଟ୍ୱିଟରରେ ଲେଖିଛନ୍ତି କି, ‘ମୁଁ ଆପଣ ସମସ୍ତଙ୍କୁ କହିବାକୁ ଚାହୁଁଛି ଯେ, ଏମସିଏଫ ରାୟବରେଲୀ ତରଫରୁ ମୋର ଯୋଗଦାନକୁ ସମ୍ମାନ ଦେଇ ମୋ ନାମରେ ହକି ଷ୍ଟାଡିୟମ କରିଛନ୍ତି । ଏଣୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେବାକୁ ମୋ ପାଖରେ ବହୁତ କମ ଶବ୍ଦ ରହିଛି ’

କେବଳ ସେତିକି ନୁହେଁ ରାନୀ ରାମପାଲ ତାଙ୍କ ଟ୍ୱିଟରରେ ଲେଖିଛନ୍ତି କି, ଏହା ମୋ ପାଇଁ ଗର୍ବର ବିଷୟ । କାରଣ ଭାରତର ପ୍ରଥମ ମହିଳା ଖେଳାଳୀ ଭାବେ ମୋ ନାମରେ ଏକ ଷ୍ଟାଡିୟମ ନାମିତ କରାଯାଇଛି । ଏହାସହ ସେ ଏହି ଷ୍ଟାଡିୟମକୁ ଭାରତୀୟ ମହିଳା ହକି ଖେଳାଳୀଙ୍କ ନାମରେ ସମର୍ପିତ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe