ପୃଥିବୀ ବାହାରୁ ମିଳିଲା ରେଡିଓ ସିଗନାଲ: ଆଲିଏନ୍ସଙ୍କ ଠାରୁ ସନ୍ଦେହ ଆସୁଥିବା ଆଶଙ୍କା

377

କନକ ବ୍ୟୁରୋ: ପୃଥିବୀ ବାହାରେ ଥିବା ଅନ୍ୟ ଗୃହରେ ଜୀବନ ଅଛି କି ନାହିଁ ବୋଲି ବୈଜ୍ଞାନିକ ମହଲରେ ସବୁବେଳେ ଗବେଷଣା ଚାଲୁଥିବାବେଳେ ଏବେ ଏହି ଆଶଙ୍କା ଧିରେ ଧିରେ ସତ ହେବା ପରି ମନେ ହେଉଛି । କାରଣ ଆକାଶଗଙ୍ଗା ମିଲକିୱେରୁ ଆସୁଥିବା ଏକ ବିଚିତ୍ର ରେଡିଓ ତରଙ୍ଗକୁ ରେକର୍ଡ କରିଛନ୍ତି ଅନ୍ତରୀକ୍ଷ ବୈଜ୍ଞାନିକ ।

 

ଅନ୍ତରୀକ୍ଷରୁ ପୃଥିବୀକୁ ଏପରି ସିଗନାଲ ଆସିଛି ଯାହା ପୂର୍ବରୁ କେବେବି ଦେଖିବାକୁ ମିଳିନଥିଲା । ଏହି ତରଙ୍ଗ ବା ସିଗନାଲ ବୈଜ୍ଞାନିକଙ୍କୁ ଚମକାଇ ଦେଇଛି । ଏହି ବିଚିତ୍ର ତରଙ୍ଗକୁ ଗୋଟିଏ ସ୍ଥାନରୁ ନୁହେଁ ବରଂ ବିଶ୍ୱର ବିଭିନ୍ନ ସ୍ଥାନରୁ ରେକର୍ଡ କରାଯାଇଛି । ଏହା ଅନ୍ୟ ଗ୍ରହରେ ରହୁଥିବା ଆଲିଏନ୍ସ ମାନଙ୍କ ଠାରୁ ଆସୁଥିବା ସନ୍ଦେସ ହୋଇପାରେ ବୋଲି ବୈଜ୍ଞାନିକ କହିଛନ୍ତି । ଏହି ତରଙ୍ଗ ବିଷୟରେ ଜାଣିବାକୁ ଲଗାତାର ପ୍ରୟାସ ଜାରି ରଖିଛନ୍ତି ଗବେଷକ ।

 

ରେଡିଓ ସିଗନାଲକୁ ଠାବ କରିଥିବା କୁଇନ୍ସଲ୍ୟାଣ୍ଡ ୟୁନିଭର୍ସିଟିର ଡ. ବେଞ୍ଜାମିନ୍ ପୋପ୍ ଏବଂ ତାଙ୍କ ଟିମଙ୍କ କହିବା ଅନୁଯାୟୀ, ନୂତନ ତଥା ଅତ୍ୟାଧୁନିକ ଜ୍ଞାନକୌଶଳ ମାଧ୍ୟମରେ ମହାକାଶ ବିଜ୍ଞାନୀ ୧୯ ଡିଷ୍ଟାଣ୍ଟ ରେଡ୍ ସଙ୍କେତ ପାଇଛନ୍ତି । ସଙ୍କେତ ଆସୁଥିବା ସ୍ଥାନର ରଙ୍ଗ ପରିବର୍ତ୍ତନ ହେଉଛି । ଏହାସହ ଗୋଟିଏ ପ୍ରକାର ସିଗନାଲ ନୁହେଁ ବରଂ ଭିନ୍ନ ଭିନ୍ନ ସମୟରେ ଭିନ୍ନଭିନ୍ନ ସିଗନାଲ ଆସୁଛି । ତେଣୁ ଏହାକୁ ବୁଝିବା ବୈଜ୍ଞାନିକ ମାନଙ୍କ ପକ୍ଷେ କଷ୍ଟକର ହେଉଛି ବୋଲି ଡ.ବେଞ୍ଜାମିନ କହିଛନ୍ତି । ଏହି ତରଙ୍ଗ ଆସୁଥିବା ବସ୍ତୁ କିଛି ସମୟ ପାଇଁ ଝାପସା ଦେଖାଯାଉଥିବାବେଳେ ପୁଣି ଲୁଚିଯାଇଥିଲା । ତେବେ ରେକର୍ଡ ହୋଇଥିବା ଏହି ଛବି ଅତି ଭୟଙ୍କର ଓ ବିଚିତ୍ର ଥିଲା ବୋଲି କହିଛନ୍ତି ସିଡନି ଇନଷ୍ଟିଚ୍ୟୁଟ୍ ଫର ଏଷ୍ଟ୍ରୋନୋମିର ପ୍ରଫେସର ତାରା ମର୍ଫି । ଏନେଇ ଗବେଷଣା ଜାରି ରହିଥିଲେ ବି ଏହି ତରଙ୍ଗ ସୂର୍ଯ୍ୟ ଭଳି ନକ୍ଷତ୍ର ଠାରୁ ଆସୁଥାଇପାରେ ବୋଲି ଅନୁମାନ କରାଯାଉଛି ।