ବାଜିମାତ କଲା ରେଡିଓ ଚକଲେଟ ! ବିଜୟୀ ହେଲା ‘ରେଡିଓ ଫର ଚାଇଲଡ ଆୱାର୍ଡସ’ କାର୍ଯ୍ୟକ୍ରମରେ

ବାଜିମାତ କଲା ରେଡିଓ ଚକଲେଟ ! ବିଜୟୀ ହେଲା ‘ରେଡିଓ ଫର ଚାଇଲଡ ଆୱାର୍ଡସ’ କାର୍ଯ୍ୟକ୍ରମରେ

କନକ ବ୍ୟୁରୋ : ୟୁନିସେଫ୍ ଦ୍ୱାରା ଆୟୋଜିତ ରେଡିଓ ଜଗତର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ‘ରେଡିଓ ଫର୍ ଚାଇଲଡ୍ ଆୱାର୍ଡସ୍’ର ତୃତୀୟ ସଂସ୍କରଣରେ ‘ରେଡିଓ ଚକଲେ୍ଟ୍’ ବାଜି ମାରିଛି। ମୁମ୍ବାଇ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ ଅଡିଟୋରିୟମରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରେଡିଓ ଚକଲେଟ୍ ୩ଟି ବିଭାଗରେ ପୁରସ୍କାର ଜିତି ତା’ର ଶ୍ରୋତାମାନଙ୍କୁ ଉତ୍ସର୍ଗ କରିଛି। ଶ୍ରେଷ୍ଠ ଆର୍ଜେ ଲିଙ୍କ ପାଇଁ ଆର୍.ଜେ କୋମଲ୍ (କାର୍ଯ୍ୟକ୍ରମର ନାମ: ମିଷ୍ଟର ଟିକା), ଶ୍ରେଷ୍ଠ ପ୍ରୋମୋ ପାଇଁ ଆର୍ଜେ ନିଭି ଏବଂ ଶ୍ରୀକାନ୍ତ ପଣ୍ଡା (କାର୍ଯ୍ୟକ୍ରମର ନାମ: ରୁଚିର ଡର) ଏବଂ ଶ୍ରେଷ୍ଠ ସ୍ପଟ୍ ବିଭାଗରେ ଛୋଟା ଆର୍ଜେ ସଂପର୍କ ଏବଂ ଆର୍.ଜେ ସଂଗ୍ରାମ (କାର୍ଯ୍ୟକ୍ରମର ନାମ: ସଂପର୍କ ଦ ବ୍ରେଭ୍ ବୟ) ବିଜେତା ଘୋଷିତ ହୋଇଛନ୍ତି।

publive-imageବଲିଉଡ୍ ଅଭିନେତ୍ରୀ ତଥା ୟୁନିସେଫର୍ ସେଲିବ୍ରିଟି ଆଡଭୋକେଟ କରୀନା କପୁର୍ ଖାନ୍ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ନିଜର ଖୁସି ବ୍ୟକ୍ତ କରିଥିଲେ। ଛୋଟା ଆର୍.ଜେ ସଂପର୍କଙ୍କ ସ୍ୱର ଶୁଣି କରୀନା ଖୁବ୍ ଖୁସି ହେବା ସହ ମଞ୍ଚରେ ତାଙ୍କୁ କୋଳେଇ ନେଇଥିଲେ।

ଉଲ୍ଲେଖଯୋଗ୍ୟ, ଶିଶୁମାନଙ୍କ ନିୟମିତ ଟିକାକରଣକୁ ସୁନିଶ୍ଚିତ କରିବା ଏବଂ ଶିଶୁ ଯୌନ ଶୋଷଣକୁ ବନ୍ଦ କରିବା ବିଷୟକୁ ନେଇ ଅଲ୍ ଇଣ୍ଡିଆ ରେଡିଓ, ପ୍ରାଇଭେଟ୍ ଏଫ.ଏମ୍ ଷ୍ଟେସନ୍ ଏବଂ କମ୍ୟୁନିଟି ରେଡିଓରୁ, ରେଡିଓ ଜକି ପ୍ରସ୍ତୁତ କରିଥିବା କାର୍ଯ୍ୟକ୍ରମ ଏହି ପ୍ରତିଯୋଗିତାରେ ସାମିଲ ହୋଇଥିଲା। ବିଭିନ୍ନ ବିଭାଗ ପାଇଁ ଚଳିତଥର ୧୫୨ଟି ଏଣ୍ଟ୍ରି ସ୍ଥାନ ପାଇଥିଲା। ବିଭିନ୍ନ ବିଭାଗ ପାଇଁ ସମୁଦାୟ ୨୬ଜଣ ବିଜେତା ଘୋଷିତ ହୋଇଥିଲେ। ଅପରପକ୍ଷେ ରେଡିଓ ଚକଲେଟର ଏହି ସଫଳତା ପାଇଁ ସଂସ୍ଥାର ନିର୍ଦ୍ଦେଶିକା ତନୟା ପଟ୍ଟନାୟକ ପୁରସ୍କାର ବିଜେତାମାନଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe