୨୧ ନଭେମ୍ବରରୁ ଆରମ୍ଭ ହୋଇଥିବା ରେଡିଓ ଚକଲେଟର ‘ଫ୍ୟାମିଲି ନଂ ୱାନ୍’ କାର୍ଯ୍ୟକ୍ରମ  ବେଶ୍ ଲୋକପ୍ରିୟ ହେଉଛି । ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ମନୋରଂଜନ ପାଇଁ ଉଦ୍ଦିଷ୍ଟ ଏହି କାର୍ଯ୍ୟକ୍ରମରେ ରେଡିଓ ଚକଲେଟର ଆରଜେ ମାନେ ବିଭିନ୍ନ ଆପାର୍ଟମେଣ୍ଟ ଯାଇ ଗୀତ, ନାଚ ଓ ବିଭିନ୍ନ ଗେମ୍ ଶୋ ମାଧ୍ୟମରେ ପ୍ରତିଯୋଗିତା ଅନୁଷ୍ଠିତ କରି, ସବୁଠାରୁ ଭଲ ପ୍ରଦର୍ଶନ କରିଥିବା ପରିବାରକୁ ବିଜେତା ଘୋଷିତ କରୁଛନ୍ତି । ବିଜେତାଙ୍କୁ ଟ୍ରଫି ଓ ସମସ୍ତ ପ୍ରତିଯୋଗୀ ପରିବାରଙ୍କୁ ଉପହାର ପ୍ରଦାନ କରାଯାଉଛି। ଏହି କ୍ରମରେ ପଟିଆସ୍ଥିତ ବନମାଳୀ ବସେରାର ସୁଧିରକୁମାର ଦଳାଇଙ୍କ ପରିବାର, ଡୁମୁଡୁମାସ୍ଥିତ ପିଡିଏନ ଏକଜୋଟିକାର ଶମ୍ଭୁ ପ୍ରସାଦ ପଟ୍ଟନାୟକଙ୍କ ପରିବାର, ଜିଜିପି କଲୋନିସ୍ଥିତ ବ୍ରାଇଟ୍ ରେସିଡେନ୍ସିର ସନ୍ତୋଷ ରଥିଙ୍କ ପରିବାର, ନ୍ୟୁ ଏଜି କଲୋନୀରେ ସମିତା ସୁବୁଦ୍ଧିଙ୍କ ପରିବାର, ବମିଖାଲସ୍ଥିତ ମନୋରମା ଆପାର୍ଟମେଣ୍ଟର ସୁରେନ୍ଦ୍ର ଅଗ୍ରୱାଲଙ୍କ ପରିବାର ‘ଫ୍ୟାମିଲି ନଂ ୱାନ୍’ ରୂପେ ବିଜେତା ହୋଇଥିଲେ।

Advertisment

ଏହି କାର୍ଯ୍ୟକ୍ରମକୁ ଆରଜେ ଅନିଲ, ଆରଜେ ନିଲ, ଆରଜେ କୋମଲ, ଆରଜେ ନିଭି, ଆରଜେ କୋୟଲ, ପରିଚାଳନା କରୁଛନ୍ତି। ଏହି କାର୍ଯ୍ୟକ୍ରମର ପ୍ରାୟୋଜକମାନେ ହେଲେ, ହୋମଫିଲ୍ସ ପିଓର ସ୍ପାଇସେସ, ରିତ୍ୱିକା ଗୋଲ୍ଡ, ଶୌକୀନ ମାଟ୍ରେସ, ଗୋଡ୍ରେଜ ଇଂଟେରିଓ, ଅଙ୍କୁର ମାର୍ଟ, ହାଇଟେକ ମେଡିକାଲ କଲେଜ।