ରେଡିଓ ଚକଲେଟ ପକ୍ଷରୁ ପେଟ୍ରୋଲ ପମ୍ପରେ ଏଫଏମ ସେବା ଆରମ୍ଭ

Advertisment
ରେଡିଓ ଚକଲେଟ ପକ୍ଷରୁ ପେଟ୍ରୋଲ ପମ୍ପରେ ଏଫଏମ ସେବା ଆରମ୍ଭ

କନକ ବ୍ୟୁରୋ : ରାଜ୍ୟର ଅଗ୍ରଣୀ ଏଫ୍‌ଏମ୍‌ ଷ୍ଟେସନ୍‌ ‘ରେଡିଓ ଚକଲେଟ୍‌’ ପକ୍ଷରୁ ତେଲେଙ୍ଗାପେଣ୍ଠଠାରେ ଏହାର ଏକ ନୂଆ ‘ମ୍ୟୁଜିକ ହବ୍‌’ ଖୋଲାଯାଇଛି । ସ୍ଥାନୀୟ ନୟାରା ଫିଲିଙ୍ଗ ଷ୍ଟେସନ୍‌ରେ ରେଡିଓ ଚକଲେଟ୍‌ ପକ୍ଷରୁ ଏହି ରେଡିଓ ସ୍ଥାପନ କରାଯାଇଥିଲା ବେଳେ ତେଲ ଫିଲି˚ କରିବାକୁ ଆସୁଥିବା ସମସ୍ତ ଗ୍ରାହକଙ୍କୁ ଏହା ମନୋରଞ୍ଜନ ଯୋଗାଇ ପାରିବ ବୋଲି କୁହାଯାଇଛି । ‘ସମ୍ବାଦ-ରେଡିଓ ଚକଲେଟ୍‌’ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ ଏହି ହବ୍‌କୁ ଉଦ୍‌ଘାଟନ କରିଛନ୍ତି ।

publive-image

ତେଲେଙ୍ଗାପେଣ୍ଠ ବ୍ୟତୀତ ଭୁବନେଶ୍ବରର ବାଣୀବିହାରସ୍ଥିତ ଭାରତ ପେଟ୍ରୋଲିୟମ୍‌ ଓ ୨ନମ୍ବର ମାର୍କେଟ୍‌ବିଲ୍‌ଡି˚ସ୍ଥିତ ରାଜଧାନୀ ସର୍ଭିସ୍‌ ଷ୍ଟେସନ୍‌ରେ ରେଡିଓ ଚକଲେଟ୍‌ର ହବ୍‌ଗୁଡ଼ିକ ଖୋଲାଯାଇଛି। ହବ୍‌ ଉଦ୍‌ଘାଟନ କରିବା ଅବସରରେ ଶ୍ରୀମତୀ ପଟ୍ଟନାୟକ କହିଛନ୍ତି ଯେ, ରେଡିଓ ଚକଲେଟ୍‌କୁ ୧୫ ବର୍ଷ ପୂରଣ ହୋଇଥିବାରୁ ନିଜ ଶ୍ରୋତାମାନଙ୍କ ସହ ଅଧିକ ଯୋଡ଼ି ହେବାପାଇଁ ଏଭଳି ପ୍ରୟାସ କରାଯାଇଛି । ଶ୍ରୋତାମାନଙ୍କ ପାଖରେ ପହଞ୍ଚିବା ପାଇଁ ମ୍ୟୁଜିକ ହବ୍‌ଗୁଡ଼ିକୁ ପେଟ୍ରୋଲ ପମ୍ପ, ଓମ୍‌ଫେଡ୍‌ ପାର୍ଲର୍‌, ଚା ଦୋକାନ, ବରା ଦୋକାନ, ହାଟ ଭଳି ଜନଗହଳିପୂର୍ଣ୍ଣ ସ୍ଥାନମାନଙ୍କରେ ରେଡିଓ ବାଜିବ । ରେଡିଓ ଚକଲେଟ୍‌ ୧୦୪-ଏଫ୍‌ଏମ୍‌ ସମସ୍ତଙ୍କ ହୃଦୟ, ମନ ଓ ପକେଟ୍‌ରେ ରହିଛି ।

ଏହାକୁ ଅଧିକ ନିକଟତର କରିବାକୁ ଭୁବନେଶ୍ବର, କଟକ, ଯାଜପୁର, କେନ୍ଦ୍ରାପଡ଼ା, ରାଉରକେଲା ଭଳି ସହରମାନଙ୍କରେ ମ୍ୟୁଜିକ ହବ୍‌ ଖୋଲାଯାଉଥିବା ସେ ସୂଚନା ଦେଇଛନ୍ତି । ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରେଡିଓ ଚକଲେଟ୍‌ ଓ ‘ସମ୍ବାଦ’ ଡିଜିଟାଲ ବିଜ୍ଞାପନ ବିଭାଗ ମୁଖ୍ୟ ଲିଙ୍ଗରାଜ ଲେଙ୍କା, ରେଡିଓ ଚକଲେଟ୍‌ କାର୍ଯ୍ୟକ୍ରମ ବିଭାଗ ମୁଖ୍ୟ ଆର‌୍‌.ଜେ ସ˚ଗ୍ରାମ, ନୟାରା ଫିଲି˚ ଷ୍ଟେସନ୍‌ ସ୍ବତ୍ବାଧିକାରୀ ରୋହିତ ଗୁପ୍ତା, ରାଜଧାନୀ ସର୍ଭିସ ଷ୍ଟେସନ୍‌ ପ୍ରୋପ୍ରାଇଟର୍‌ ସ˚ଜୟ ଲାଠ ପ୍ରମୁଖ ଉପସ୍ଥିତ ଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe