ବଡ଼ଦିନ ହେଉଛି ଖୁସିର ପର୍ବ। ଏହି ଖୁସିର ପର୍ବରେ ଖୁସି ବାଣ୍ଟିବା ପାଇଁ, ଓଡ଼ିଶାର ନମ୍ବର୍ ୱାନ୍ ଏଫଏମ୍ ଷ୍ଟେସନ୍ ରେଡିଓ ଚକ୍ଲେଟ୍ ୧୦୪ ଏଫଏମ୍, ଏସପ୍ଲାନେଡ୍ ସହଯୋଗରେ ପାଳନ କରୁଛି ‘ମିଠା ମିଠା ଖ୍ରୀଷ୍ଟମାସ’। ଏହି ଅବସରରେ ରେଡିଓ ଚକ୍ଲେଟ୍ ତରଫରୁ କୁନିକୁନି ପିଲାମାନେ ସାଣ୍ଟା ବେଶରେ ସଜେଇ ହୋଇଥିଲେ। ସମସ୍ତେ ଆରଜେ କୋମଲଙ୍କ ସହ ଦିବ୍ୟଜ୍ୟୋତି ଆଶ୍ରମ ଯାଇ ଅନାଥ ପିଲାମାନଙ୍କୁ ଉପହାର ଓ ଚକଲେଟ୍ ଦେଇଥିଲେ। ଏହାପରେ ସେମାନେ ଏସପ୍ଲାନେଡ୍ ମଲରେ ମଧ୍ୟ ଉପହାର ବାଣ୍ଟିଥିଲେ। ପ୍ରଜ୍ଞାନ, ପ୍ରୟାଗ, ଅର୍ପିତା, ତ୍ରିପର୍ଣ୍ଣା, ସାଇ ଆରାଧ୍ୟା, ସାଇ ଶ୍ରଦ୍ଧା ଓ ଅଙ୍କିତ୍ ରେଡିଓ ଚକ୍ଲେଟ୍ ତରଫରୁ ଚକ୍ଲେଟ୍ ସାଣ୍ଟା ସାଜିଥିଲେ।
ପରେ ଶ୍ରୀକ୍ରିଷ୍ଣା ବୃଦ୍ଧାଶ୍ରମର ଅନ୍ତେବାସୀମାନଙ୍କୁ ଆରଜେ ନିଭି୍, ଅରଜେ କୋମଲ୍, ଆରଜେ ଅନିଲ ଏବଂ ଆରଜେ ନୀଲ୍ ଏସପ୍ଲାନେଡ୍ ମଲ୍ ବୁଲାଇଥିଲେ। ଫୁଡ୍ କୋର୍ଟର ଅମରାବତୀରେ ମଧ୍ୟାହ୍ନ ଭୋଜନ ପରେ ବିଗବଜାରରେ ଫ୍ରି ସପିଙ୍ଗ୍ କରାଇଥିଲେ।ସୂଚନା ଥାଉ କି, ‘ମିଠା ମିଠା ଖ୍ରୀଷ୍ଟମାସ୍’ ଅବସରରେ ମଙ୍ଗଳବାର ସନ୍ଧ୍ୟାରେ ରେଡିଓ ଚକଲେଟ୍ ତରଫରୁ ଏସପ୍ଲାନେଡ୍ ମଲ ଲନରେ ସାଂସ୍କୃତିକ ସନ୍ଧ୍ୟା ‘ମିଠା ମିଠା ଖ୍ରୀଷ୍ଟମାସ’ ଅନୁଷ୍ଠିତ ହେବ। ସନ୍ଧ୍ୟା ୫ଟା ୩୦ ମିନିଟରେ ହେବାକୁ ଥିବା ଏହି କାର୍ୟ୍ୟକ୍ରମରେ ଓଡ଼ିଆ କଣ୍ଠଶିଳ୍ପୀ ପ୍ରଜ୍ଞା ହୋତା, ଅମ୍ରିତା ଭାରତୀ ପଣ୍ଡା ଏବଂ ଚିତ୍ତରଂଜନ ସଂଗୀତ ପରିବେଷଣ କରିବେ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/12/Capture-27.jpg)
/kanak/media/post_attachments/wp-content/uploads/2018/12/Screen-shot-2018-12-25-at-8.57.49-AM-300x224.png)