କନକ ବ୍ୟୁରୋ: ରେଡିଓ ଚକୋଲେଟ୍ ଓ ସମ୍ବାଦ ଡିଜିଟାଲ ତରଫରୁ ଆୟୋଜିତ ସର୍ବବୃହତ କର୍ପୋରେଟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍ 'ଲେଟସ୍ ସଟ୍ଟଲ୍' ଉଦଘାଟିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ ରେଲୱେ ଇଣ୍ଡୋର୍ ଷ୍ଟାଡିୟମଠାରେ ଏହି ଟୁର୍ଣ୍ଣାମେଣ୍ଟ ୧୦ ଫେବୃଆରୀରୁ ୧୨ ଫେବୃଆରୀ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ରାଜ୍ୟର ବିଭିନ୍ନ କର୍ପୋରେଟ ହାଉସର ୧୭୮ଟି ଟିମ ଏଥିରେ ଖେଳିବା ପାଇଁ ପଞ୍ଜୀକରଣ କରିଛନ୍ତି।
ସମ୍ବାଦ ଗ୍ରୁପ ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିବାବେଳେ ସମ୍ବାଦ ଗ୍ରୁପର ଏକଜିକ୍ୟୁଟିଭ ଡାଇରେକ୍ଟର ତନୟା ପଟ୍ଟନାୟକ, ବିଶିଷ୍ଟ ବ୍ୟାଡମିଣ୍ଟନ ଖେଳାଳି ଅଲମ୍ପିୟାନ୍ ପ୍ରମୋଦ ଭଗତ ଏବଂ ଇଭୋସ୍ ବିଲ୍ଡକନର ପରିଚାଳନା ନିର୍ଦ୍ଦେଶକ କଳିଙ୍ଗ କେଶରୀ ରଥ, ସାପ୍ ରିଅଲ ଇଷ୍ଟେଟର ନିର୍ଦ୍ଦେଶକ ସେକ୍ ଆୟୁବ୍ ଓ ସ୍ନେହଲତା ଏବଂ ୱଣ୍ଡର ୱାଲ୍ଡର ଅଧ୍ୟକ୍ଷ ନାରାୟଣ ପାତ୍ର ଉପସ୍ଥିତ ଥିଲେ ।/kanak/media/post_attachments/wp-content/uploads/2023/02/WhatsApp-Image-2023-02-10-at-10.02.38-PM-1024x462.jpeg)
'ଲେଟସ୍ ସଟ୍ଟଲ୍'ର ସମସ୍ତ ମ୍ୟାଚ୍ ଗୁଡିକ ଓଡିଶା ଷ୍ଟେଟ ବ୍ୟାଡ଼ମିଟନ ଆସୋସିଏସନ୍ ପରିଚାଳନା କରୁଥିବା ବେଳେ ଆସ୍ଥା ସ୍କୁଲ ଅଫ ମ୍ୟାନେଜମେଣ୍ଟର ଭଲ୍ୟୁଣ୍ଟରମାନେ ସହଯୋଗ କରୁଛନ୍ତି। 'ଲେଟସ୍ ସଟ୍ଟଲ୍'ର ଉଦଘାଟନୀ ଉତ୍ସବକୁ ସଂଯୋଜନା କରିଥିଲେ ଆର ଜେ ସୋନାଲି । ଏହି ଅବସରରେ ପିଆଇଆଇ ଫାର୍ମାସ୍ୱିଟିକାଲର ଇଲେକ୍ଟ୍ରୋଲାଇଟ ନିମ୍ବୁ ପାଣି ଓ ଆର୍ ଏସ୍ ଲଞ୍ଚ କରାଯାଇଥିଲା । ଏଥିରେ କମ୍ପାନୀର ନିର୍ଦ୍ଦେଶକ ଆଶିଷ କାଏଲ୍ ଉପସ୍ଥିତ ଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2023/02/Lets-Shuttle-750x430-1.jpg)