ଆଗକୁ ଆସୁଛି ରଜ । ଆଉ ଏହି ରଜରେ ସଙ୍ଗୀତ ପ୍ରେମୀଙ୍କୁ ଏଣ୍ଟରଟେନ୍ କରିବା ପାଇଁ ରେଡ଼ିଓ ଚକଲେଟ୍ ୧୦୪ ଏଫଏମ୍ ଭେଟି ଦେଇଛି ମନଛୁଆଁ ରୋମାଂଟିକ ଗୀତ ‘ରେଶମି ସୂତା’ । କଣ୍ଠଶିଳ୍ପୀ ଅସୀମା ପଣ୍ଡା ଓ ଗୌରବଙ୍କ ମିଠା ମିଠା ଭଏସ୍ ଶୁଣିବାକୁ ମିଳିଛି ଏହି ଗୀତରେ । ଜବରଦସ୍ତ ଲିରିକ୍ସ ସାଙ୍ଗକୁ ଆକର୍ଷଣୀୟ ମ୍ୟୁଜିକ୍ ଏହି ଗୀତକୁ କରିଛି ଶ୍ରୁତିମଧୁର ।
ଗୀତଟିକୁ ୟୁଟୁବରେ ରିଲିଜ୍ କରାଯାଇଛି । ଆଉ ସୋସିଆଲ୍ ମିଡିଆରେ ମଧ୍ୟ ଏହି ଗୀତକୁ ଶ୍ରୋତା ପସନ୍ଦ କରୁଥିବା ଦେଖିବାକୁ ମିଳୁଛି । ଏହି ମନ ଛୁଆଁ ଗୀତରେ କଣ୍ଠଦାନ କରିଛନ୍ତି ଅସୀମା ପଣ୍ଡା ଓ ଗୌରବ । ଦୁହିଁଙ୍କୁ ଏହି ମ୍ୟୁଜିକ୍ ଭିଡିଓରେ ମଧ୍ୟ ଦେଖିବାକୁ ମିଳିଛି । ନିକଟରେ ଏହି ଗୀତର ଭିଡିଓ ମେକିଂ ରେଡିଓ ଚକଲେଟରେ କରାଯାଇଥିଲା ।
ଏହି ରୋମାଂଟିକ୍ ଗୀତର ଲିରିକ୍ସ ଦେଇଛନ୍ତି ସରୋଜ ବିଶ୍ୱାଳ । ସୌମିତ୍ରି ପଲାଇଙ୍କ ମନଛୁଆ ସଙ୍ଗୀତ ଏହି ଗୀତକୁ କରିଛି ଆହୁରି ଶ୍ରୁତିମଧୁର । ରେଡିଓ ଚକଲେଟ୍ ୧୦୪ ଏଫଏମ୍ ପ୍ରତ୍ୟେକ ସପ୍ତାହରେ ନୂଆ ନୂଆ ଭିନ୍ନ ସ୍ୱାଦର ଗୀତ ସବୁ ପ୍ରସ୍ତୁତ କରିଥାଏ । ଆଉ ଚଳିତ ସପ୍ତାହରେ ଏହି ଗୀତକୁ ପ୍ରସ୍ତୁତ କରାଯାଇଛି । ପ୍ରତ୍ୟେକ ଗୀତ ଭଳି ଶ୍ରୋତା ଏହି ଗୀତକୁ ବି ପସନ୍ଦ କରିବେ ବୋଲି ଆଶା କରାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/05/MU-RESHAMI-SUTA-out-now.jpg)