ସମସ୍ତଙ୍କ ସହଯୋଗରେ ‘ରେଡିଓ ଚକ୍‌ଲେଟ୍’ର କାର୍ଯ୍ୟକ୍ରମ ଅଧିକ ସରସ, ସୁନ୍ଦର ହୋଇପାରିବ : ତନୟା ପଟ୍ଟନାୟକ

Advertisment
ସମସ୍ତଙ୍କ ସହଯୋଗରେ ‘ରେଡିଓ ଚକ୍‌ଲେଟ୍’ର କାର୍ଯ୍ୟକ୍ରମ ଅଧିକ ସରସ, ସୁନ୍ଦର ହୋଇପାରିବ : ତନୟା ପଟ୍ଟନାୟକ

କନକ ବ୍ୟୁରୋ : ଜଗତସିଂହପୁର ସହରର ସାରଦା ମଣ୍ତପ ପରିସରରେ ଓଡ଼ିଶାର ନମ୍ବର ୱାନ୍‌ ଏଫଏମ୍ ରେଡିଓ ଚକ୍‌ଲେଟ୍ ୧୦୪ ଧୁମ୍ ମିଠାର ଶ୍ରୋତା ସମ୍ମିଳନୀ ଶ୍ରୋତାଙ୍କ ଦ୍ୱାରା ଆୟୋଜିତ ହୋଇଥିଲା । ଏଥିରେ ରେଡିଓ ଚକ୍ଲେଟ୍‌ର ନିର୍ଦ୍ଦେଶିକା ତଥା ‘ସମ୍ବାଦ’ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ ‌ଯୋଗଦେଇ ରେଡିଓ ଚକ୍‌ଲେଟ୍‌ର କାର୍ଯ୍ୟକ୍ରମକୁ ଅଧିକ ସରସ ଓ ସୁନ୍ଦର କରିବା ପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ିଛନ୍ତି।

ନିର୍ଦ୍ଦେଶିକା ତନୟା ପଟ୍ଟନାୟକ କହିଥିଲେ ଯେ, ‘ଏହି କାର୍ଯ୍ୟକ୍ରମ ଆମେ କରୁନାହୁଁ, ଏହା ଶ୍ରୋତାମାନଙ୍କର କାର୍ଯ୍ୟକ୍ରମ। ଏହି ଷ୍ଟେସନ କେବଳ ମୋର ନୁହେଁ କିମ୍ବା ସୌମ୍ୟରଂଜନଙ୍କର ନୁହେଁ, ଏହା ଆପଣମାନଙ୍କର। କେବଳ ଆପଣମାନଙ୍କ ପାଇଁ ରେଡିଓ ଚକଲେଟ୍‌ ଏକ ନମ୍ବର ସ୍ଥାନରେ ରହିଛି। ତେଣୁ ସମସ୍ତଙ୍କ ସହଯୋଗ ରହିଲେ ଏହି କାର୍ଯ୍ୟକ୍ରମ ଅଧିକ ସରସ ସୁନ୍ଦର ହୋଇପାରିବ।’ ଏହି ଅବସରରେ ‘ଓଡ଼ିଆରେ କଥା ହେଲେ ପୂରା ଓଡିଆରେ କଥା ହେବା’ , ଛାତ୍ରଛାତ୍ରୀଙ୍କ ପାଇଁ କୁଇଜ୍ କାର୍ଯ୍ୟକ୍ରମ, ଶୂଦ୍ରମୁନିଙ୍କ ଉପରେ କାର୍ଯ୍ୟକ୍ରମ, ଶ୍ରୋତାମାନଙ୍କ ପସନ୍ଦର ଗୀତ ବେଶୀ ବାଜିବ, କଳାକାରଙ୍କ ପାଇଁ କାର୍ଯ୍ୟକ୍ରମ, ଡାଏରି ଅଫ୍ ଏ ହାଉସ ୱାଇଫ୍‌ ଭଳି ଏକ ନୂଆ କାର୍ଯ୍ୟକ୍ରମ, ମେସେଜ୍‌ ପାଇଁ ଅଧିକ ସମୟ ସହ ଚିଠିପତ୍ର କାର୍ଯ୍ୟକ୍ରମର ପୁନଃପ୍ରସାରଣ ଓ ହାସ୍ୟରସାତ୍ମକ କାର୍ଯ୍ୟକ୍ରମକୁ ଅଧିକ ସରସ ସୁନ୍ଦର କରାଯିବା ନେଇ ସେ ଆଲୋଚନା କରିଥିଲେ।

ଉକ୍ତ ଶ୍ରୋତା ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ରେଡ଼ିଓ ଚକଲେଟ ୧୦୪ ଏଫଏମର ପ୍ରୋଗ୍ରାମିଙ୍ଗ ହେଡ଼ ଆର୍‌.ଜେ ସଂଗ୍ରାମ, ଆର୍‌.ଜେ ଆର୍ଯ୍ୟ, ଆର୍‌.ଜେ ନୀଲ୍, ଆର୍‌.ଜେ ଅନୀଲ, ଆର୍‌.ଜେ ଅଭି, ଆର୍‌.ଜେ କୋମଲ, ଆର୍‌.ଜେ ନିଭି, ଆର୍‌.ଜେ ପୂଜା, ଆର୍‌.ଜେ କୋଏଲଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ଯୋଗଦେଇ ଉପସ୍ଥିତ ଶ୍ରୋତାମାନଙ୍କ ସହ ଭାବବିନିମୟ କରିଥିଲେ ଏବଂ ପରାମର୍ଶ ଲୋଡ଼ିଥିଲେ।

ଏହି ଅବସରରେ ଶ୍ରୋତା ପରିଷଦ ପକ୍ଷରୁ ରେଡିଓ ଚକ୍‌ଲେଟ୍‌ର ନିର୍ଦ୍ଦେଶିକା ତନୟା ପଟ୍ଟନାୟକ ଓ ସଂଗ୍ରାମ ମିଶ୍ରଙ୍କୁ ବଡଭାଇ ଅଂଜନ ପରିଡା, ସଂପାଦକ ଅଜୟ ମହାନ୍ତି, ସଭାପତି ସୁନୀଲକାନ୍ତ ମହାନ୍ତି, ସଂଧ୍ୟାରାଣୀ ବିଶ୍ବାଳ ଓ ଆର୍‌.ଜେ ନଳିନୀକାନ୍ତ ବିଶ୍ବାଳ ପ୍ରମୁଖ ସମ୍ବର୍ଦ୍ଧିତ କରିଥିଲେ। ସଭାପତି ବିଜୟଲକ୍ଷ୍ମୀ ମହାପାତ୍ର ଓ ସଂପାଦକ ଅରୁଣ କୁମାର ରଥଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ୟ୍ୟକ୍ରମରେ ମାନସ ରଞ୍ଜନ ବେହେରା, ପ୍ରଦୀପ ଦାସ, ପ୍ରଶାନ୍ତ କୁମାର ସାହୁ, ପ୍ରମୋଦ ସାହୁ ଓ ସୁଧାକର ଦାସ ପ୍ରମୁଖ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe