ରେଡ଼ିଓ ଚକଲେଟ ପକ୍ଷରୁ କାଇଟ ଫେଷ୍ଟିଭାଲ କାର୍ଯ୍ୟକ୍ରମ ଆୟୋଜିତ । କାଇଟ ଫେଷ୍ଟିଭାଲକୁ ଅନ୍ତର୍ଜାତୀୟ ସ୍ତରର କରିବା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ

46

କନକ ବ୍ୟୁରୋ : ରେଡ଼ିଓ ଚକଲେଟ ୧୦୪ FM ପକ୍ଷରୁ ଭୁବନେଶ୍ୱର ବାଲିଯାତ୍ରା ପଡ଼ିଆରେ କାଇଟ ଫେଷ୍ଟିଭାଲ ଆୟୋଜନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଖଣ୍ଡପଡା ବିଧାୟକ ତଥା ସମ୍ବାଦ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ, ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ଭୁବନେଶ୍ୱର ବାଲିଯାତ୍ରା କମିଟି ନିର୍ଦେଶକ ଜୀବନ କୁମାର ଗଡୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ।

ସମ୍ବାଦ ଗ୍ରୁପ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ ଏହି କାର୍ୟ୍ୟକ୍ରମରେ ଯୋଗ ଦେଇ କେଉଁଭଳି ଲୋପ ପାଇଯିବାକୁ ବସୁଥିବା ଗୁଡି ଉଡା ପର୍ବକୁ ଲୋକାଭିମୁଖୀ କରାଯିବା ସହ ବ୍ୟାପକ କରାଯିବ ସେନେଇ ନିଜ ମତ ଉପସ୍ଥାପନ କରିଥିଲେ । ଗୁଜରାଟ ରାଜସ୍ଥାନ, ତେଲେଙ୍ଗାନା ଭଳି ରାଜ୍ୟରେ ଯେଉଁଭଳି ଅନ୍ତର୍ଜାତୀୟ ସ୍ତରର କାଇଟ ଫେଷ୍ଟିଭାଲ ଆୟୋଜନ ହେଉଛି ସେହିଭଳି ଓଡ଼ିଶାରେ ମଧ୍ୟ କାଇଟ ଫେଷ୍ଟିଭାଲକୁ ଅନ୍ତର୍ଜାତୀୟ ସ୍ତରର କରି ସ୍ୱତନ୍ତ୍ର ଭାବେ ପାଳନ କରିବା ହେଉଛି ଏହି କାର୍ୟ୍ୟକ୍ରମର ମୂଳ ଉଦ୍ଦେଶ୍ୟ ।

ପ୍ରାରମ୍ଭିକ ପର୍ଯ୍ୟାୟରେ ଭୁବନେଶ୍ୱରରେ ଥିବା ବିଭିନ୍ନ ସପିଙ୍ଗ ମଲ ଓ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଆସୁଥିବା ଲୋକଙ୍କୁ ପାଖାପାଖି ଦଶ ହଜାର ଗୁଡି ବଣ୍ଟା ଯାଇଥିଲା । ଆଜି ଭୁବନେଶ୍ୱର ବାଲିଯାତ୍ରା ପଡ଼ିଆରେ ଶତାଧିକ ଲୋକ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ଗୁଡି ଉଡାଇବା ସହ ଏହାକୁ ଉପଭୋଗ କରିଥିଲେ ।