ରେଡିଓ ଚକୋଲେଟର ନୂଆ ଷ୍ଟେସନ ଆଇଡି ଲଂଚ : ୧୦ ବର୍ଷ ପୂରଣ କରିବାକୁ ଯାଉଛି ଏହି ଲୋକପ୍ରିୟ ଏଫଏମ ରେଡିଓ

41

କନକ ବ୍ୟୁରୋ : ଓଡିଶାର ସବୁଠାରୁ ଲୋକପ୍ରିୟ ଏଫଏମ ରେଡିଓ ଚକୋଲେଟ ୧୦ ବର୍ଷ ପୂରଣ କରିବାକୁ ଯାଉଛି । ସବୁବେଳେ ଲୋକଙ୍କ ସ୍ୱାଦ ଅନୁସାରେ କାର୍ଯ୍ୟକ୍ରମ ପରିବେଷଣ କରି ସଫଳତାର ଶୀର୍ଷରେ ପହଂଚିଥିବା ରେଡିଓ ଚକୋଲେଟର ନୂଆ ଷ୍ଟେସନ ଆଇଡି ଲଂଚ ହୋଇଛି ।

ଆରମ୍ଭ ଦିନରୁ ଆପଣ ଶୁଣି ଆସୁଥିବା ଷ୍ଟେସନ ଆଇଡିର ଶଦ୍ଦ ବଦଳିଛି । ରାଜ୍ୟର ଏକମାତ୍ର ନିଜସ୍ୱ ଏଫଏମ ଷ୍ଟେସନ ହେଉଛି ରେଡିଓ ଚକୋଲେଟ । ଯିଏ ସବୁ ବେଳେ ଓଡିଶା ଓ ଓଡିଆଙ୍କ କଥା କୁହେ । ଆମ ମାଟିର ବାସ୍ନାକୁ ଶ୍ରୋତାଙ୍କ ଗହଣରେ ସବୁବେଳେ ପଂହଚାଉଥାଏ ରେଡିଓ ଚକୋଲେଟ୍ । ଆଗାମୀ ଦିନରେ ମଧ୍ୟ ଏହି ଧାରା ଜାରି ରହିବ । ସୌମିତ୍ରୀ ନୂଆ ଷ୍ଟେସନ ଆଇଡିର ମ୍ୟୁଜିକ୍ କମ୍ପୋଜ କରିଥିବା ବେଳେ ଗୀତିକାର ହେଉଛନ୍ତି ଶ୍ରୀକାନ୍ତ ଗୌତମ ।