ରେଡିଓ ଚକଲେଟ ପକ୍ଷରୁ ଆୟୋଜିତ ହେଇଛି ମିଠାମିଠା ଖ୍ରୀଷ୍ଟମାସ, ସିଜନ- ଫୋର । ବଡଦିନ ଉପଲକ୍ଷେ ସମସ୍ତେ କିଛି ସମୟ ଝୁମିବା ଓ ସାଙ୍ଗମାନଙ୍କ ସହ ମଜା କରିବାକୁ ଚାହାନ୍ତି । ଶ୍ରୋତାମାନଙ୍କ ଭିତରେ ଖୁସି ବାଂଟିବାକୁ ଖାସ କରି ରେଡିଓ ଚକଲେଟ ପକ୍ଷରୁ ଏଭଳି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମରେ ଯୋଗଦେଇ ପିଲାମାନଙ୍କୁ ଉତ୍ସାହିତ କରିଥିଲେ ସମ୍ବାଦ ଗ୍ରୁପର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ ।
କୁନି ପ୍ରତିଭମାନଙ୍କୁ ପୁରସ୍କାର ବିତରଣ କରିବା ସହିତ କରୋନା ଭିତରେ ସମସ୍ତେ ସତର୍କତା ମାନିଲେ କରୋନା ହାତିର ଏବଂ ମାନବ ସମାଜ ଜିତିବ ବୋଲି ମତ ରଖିଥିଲେ । କରୋନା ସଂକଟ ଭିତରେ ରେଡିଓ ଚକଲେଟ ପକ୍ଷରୁ ଭର୍ଚୁଆଲରେ କ୍ରିକେଟ ମାଷ୍ଟର, ଆଜାଦି, ହାପି ଫ୍ୟାମିଲି, ହାପି ଦିୱାଲି ଓ ଘରେ ଘରେ ଦାଣ୍ଡିଆ ଭଳି କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ବଡଦିନ ଉତ୍ସବ ପାଳନ ଅବସରରେ ଏହିସବୁ ପ୍ରତିଯୋଗିତାର ୬୮ଜଣ କୃତି ପ୍ରତିଯୋଗୀଙ୍କୁ ମଂଚରେ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମରେ ସମାଜସେବୀ ରୋଜାଲିନ ପାଟ୍ଟଶାଣୀ ଓ ସଫଳ ଉଦ୍ୟୋଗୀ ସ୍ୱୀକୃତି ପଟ୍ଟନାୟକ ଅତିଥୀ ଭାବେ ଯୋଗ ଦେଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/12/vlcsnap-2020-12-26-09h29m49s78.png)
/kanak/media/post_attachments/wp-content/uploads/2020/12/vlcsnap-2020-12-26-09h29m22s95-300x169.png)
/kanak/media/post_attachments/wp-content/uploads/2020/12/vlcsnap-2020-12-26-09h29m42s35-300x169.png)