କନକ ବ୍ୟୁରୋ: ରବିବାର ଦିନ ଫିଲିପ୍ପିନ୍‌ସ୍‌ରେ ଏକ ଷ୍ଟୁଡିଓ ମଧ୍ୟରେ ଜଣେ ରେଡିଓ ଉପସ୍ଥାପକଙ୍କୁ ଗୁଳି ମାରି ହତ୍ୟା କରାଯାଇଥିବା କଥା ପୁଲିସ କହିଛି। କ୍ୟାଲାମ୍ବା ମୁନିସ୍‌ପାଲିଟି ପୁଲିସ ମୁଖ୍ୟ କ୍ୟାପ୍ଟେନ୍‌ ଡିଓର୍‌ ରେଗୋନିଓ କହିଛନ୍ତି, ଦାକ୍ଷିଣାତ୍ୟ ଦ୍ବୀପ ମିଣ୍ଡାନାଓସ୍ଥିତ ବାସଭବନରେ ଥିବା ଷ୍ଟୁଡିଓ ଭିତରେ ୫୭ ବର୍ଷିୟ ଜୁଆନ୍‌ ଜୁମାଲୋନ୍‌ ଓରଫ୍‌ ‘ଡିଜେ ଜନି ୱାକର୍‌’ ସକାଳ ପ୍ରସାରଣ କରୁଥିବା ବେତଳେ ଶ୍ରୋତା ଭାବରେ ଜଣେ ବନ୍ଧୁକଧାରୀ ପ୍ରବେଶ କରି ତାଙ୍କ ମୁଣ୍ଡରେ ଦୁଇଥର ଗୁଳି ମାରିଛନ୍ତି।

Advertisment

ତା’ପରେ ଆକ୍ରମଣକାରୀ ଜୁମାଲୋନ୍‌ଙ୍କ ସୁନାଚେନ୍‌ ଛିଡ଼ାଇ ନେଇ ବାହାରେ ଅପେକ୍ଷା କରିଥିବା ସହଯୋଗୀଙ୍କ ବାଇକ୍‌ରେ ବସି ପଳାଇଯାଇଥିଲେ। ଆକ୍ରମଣକାରୀକୁ ଚିହ୍ନଟ କରିବା ପାଇଁ ଉଦ୍ୟମ ଚାଲିଛି ବୋଲି ପୁଲିସ କହିଛି।