ସ୍ୱାମୀଙ୍କ ମୃତ୍ୟୁ ପରେ ରାଧିକା ଚଲାଉଥିଲେ ଆମ୍ବୁଲାନ୍ସ ! ଏବେ ହାସଲ କଲେ ବଡ ସଫଳତା ।

30

ଏପରି ଜଣେ ମହିଳା ଯିଏ ପ୍ରମାଣ କରିଛନ୍ତି କଠିନ ପରିଶ୍ରମ ଦ୍ୱାରା ଯେକୌଣସି ପରିସ୍ଥିତିରେ ମଧ୍ୟ ସଫଳତା ହାସଲ କରାଯାଇପାରିବ । ମଙ୍ଗଲୋରରେ ବାସ କରୁଥିବା ରାଧିକା ଦୁଇଜଣ ଛୁଆଙ୍କର ମା’ ଅଟନ୍ତି । ୨୦୦୨ ମସିହାରେ ତାଙ୍କ ସ୍ୱାମୀଙ୍କର ମୃତ୍ୟୁ ହୋଇଥିଲା । ସ୍ୱାମୀଙ୍କ ମୃତ୍ୟୁ ପରେ ସେ ଏକୁଟିଆ ହୋଇଯାଇଥିଲେ । ପିଲାମାନଙ୍କର ଦାୟିତ୍ୱ ମଧ୍ୟ ତାଙ୍କ ଉପରେ ହିଁ ଥିଲା । ୪୭ ବର୍ଷୀୟ ରାଧିକା ବେଶି ପାଠ ପଢିନାହାନ୍ତି । ସେ କେବଳ ଷଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଛନ୍ତି । ସ୍ୱାମୀଙ୍କ ବିନା ଘର ଚଳେଇବା ତାଙ୍କ ପାଇଁ ଅତ୍ୟନ୍ତ କଷ୍ଟକର ହୋଇପଡିଥିଲା । ଏହା ପର ସେ ପରିବାର ପ୍ରତିପୋଷଣ ପାଇଁ ଆମ୍ବୁଲାନ୍ସ ଚଲାଇବାକୁ ନିଷ୍ପତ୍ତି ନେଇଥିଲେ । ଆଉ ଆଜି ସେ Cauvery Ambulance Serviceର ମାଲିକ ଅଟନ୍ତି ।

ରାଧିକା ପରିବାର ପ୍ରତିପୋଷଣ ପାଇଁ ଆମ୍ବୁଲାନ୍ସ ଚଲାଇବା ଆରମ୍ଭ କରିଥିଲେ କିନ୍ତୁ ଆଜି ସେହି କାମ ହିଁ ତାଙ୍କ ପରିଚୟ ହୋଇଯାଇଛି । ସେ କହିଛନ୍ତି ଯେ, ତାଙ୍କ ସ୍ୱାମୀ ତାଙ୍କୁ ଆମ୍ବୁଲାନ୍ସ ଚଲାଇବା ଶିଖାଇଥିଲେ । ତାଙ୍କର ଏହି କାମରେ ଇଚ୍ଛା ନଥିଲେ ମଧ୍ୟ ସେ କେବେହେଲେ ଭାବିନଥିଲେ ଯେ, ଏହି କାମ ତାଙ୍କୁ ପରିବାର ପ୍ରତିପୋଷଣ କରିବାରେ ସହାୟକ ହେବ ।

ରାଧିକା କର୍ଣ୍ଣାଟକ ନିବାସୀ ଅଟନ୍ତି । ମେଙ୍ଗଲୁରୁର ସୁଦେଶଙ୍କ ସହ ତାଙ୍କର ବିବାହ ହୋଇଥିଲା । ତାଙ୍କ ସ୍ୱାମୀ ଆମ୍ବୁଲାନ୍ସ ଚଲାଉଥିଲେ । କିନ୍ତୁ ପରେ ସୁଦେଶ ଲିଭର କ୍ୟାନ୍ସରରେ ପିଡୀତ ହୋଇଥିଲେ  ଏବଂ ୨୦୦୨ ମସିହାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଏହାପରେ ରାଧିକା ଅତିକଷ୍ଟରେ ପରିବାର ପ୍ରତିପୋଷଣ କରିଥିଲେ । ସେ ଦିନ ରାତି ପରିଶ୍ରମ କରି ଆମ୍ବୁଲାନ୍ସ ଚଲାଉଥିଲେ । ଏବେ ରାଧିକା ତାଙ୍କ ଝିଅକୁ ଇଞ୍ଜିନିୟରିଂ କରାଉଥିବା ବେଳେ ରାଧିକା କହିଛନ୍ତି ଆଗାମୀ ସମୟରେ ତାଙ୍କ ସମ୍ପୂର୍ଣ୍ଣ ବ୍ୟବସାୟ ତାଙ୍କ ଝିଅ ସମ୍ଭାଳିବେ ।