ଚର୍ଚ୍ଚାରେ ଆତ୍ମଘୋଷିତ ଭଗବାନ ରାଧେ ମା’ । ‘ବିଗ୍ ବସ’କୁ ଆସିବେ ବଡ଼ ପାଉଣା ନେବେ…

1,086
କନକ ବ୍ୟୁରୋ: ଛୋଟ ପରଦାର ରିୟଲିଟି ସୋ ବିଗ୍ ବସ ୧୪ ଆରମ୍ଭ ହେବା ପୂର୍ବରୁ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛନ୍ତି ଆତ୍ମଘୋଷିତ ଭଗବାନ ରାଧେ ମା । ସେ କେବଳ ଏହି ସୋରେ ସାମିଲ ହେବେନାହିଁ ବରଂ ମିଳିଥିବା ସୂଚନା ଅନୁସାରେ ରାଧେ ମା ଏଥିପାଇଁ ଅନ୍ୟ ପ୍ରତିଯୋଗିତାଙ୍କ ତୁଳନାରେ ଢେର ଅଧିକ ଅର୍ଥ ନେବେ । ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ ରାଧେ ମା ଏଥିପାଇଁ ପ୍ରତି ସପ୍ତାହରେ ୨୫ଲକ୍ଷ ଟଙ୍କା ନେବେ ।
୩ତାରିଖରୁ ଆରମ୍ଭ ହେବ ବିଗ୍ ବସ୍ ସିଜନ ୧୪ । ଏଥିପାଇଁ ପ୍ରତିଯୋଗିଙ୍କୁ ବିଗ୍ ବସ ହାଉସରେ ହିଁ ରହିବାକୁ ପଡିଥାଏ । ତେବେ ଏହି ସୋ ପାଇଁ ପ୍ରଥମ ଥର କରି ଆତ୍ମଘୋଷିତ ଭଗବାନ ରାଧେ ମାଙ୍କ ନାଁ ସାମ୍ନାକୁ ଆସିଛି । ଯିଏ ନିଜକୁ ଦେବୀଙ୍କ ଅବତାର ବୋଲି ଦାବି କରନ୍ତି । ନିଜ ଭକ୍ତଙ୍କ ସାମ୍ନାରେ ଦେବୀ ରୂପରେ ଆସନ୍ତି ଏହି ଆତ୍ମଘୋଷିତ ଭଗବାନ । କେବଳ ଏତିକି ନୁହେଁ ନିଜ ହାତରେ ଏକ ଛୋଟ ତ୍ରୀଶୁଳ ମଧ୍ୟ ଧରିଥିବା ଦେଖିବାକୁ ମିଳେ । ରାଧେ ମାଁଙ୍କ ପ୍ରକୃତ ନାମ ହେଉଛି ସୁଖୱିନ୍ଦର କୌର । ପରେ ସେ ନିଜ ନାମକୁ ପରିବର୍ତନ କରି ରାଧେ ମା ରଖିଛନ୍ତି ।
ଦେଶ ବିଦେଶରେ ତାଙ୍କର ଅନେକ ଭକ୍ତି ରହିଛନ୍ତି । ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ତାଙ୍କର ଏକ ରେଟ ଚାର୍ଟ ରହିଛି । ସେ ଆୟୋଜନ କରୁଥିବା ସ୍ୱତନ୍ତ୍ର ପୂଜା ପାଇଁ ୫ଲକ୍ଷରୁ ୩୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହୋଇଥାଏ । ତେବେ ତାଙ୍କୁ ଦର୍ଶନ କରିବାକୁ ଚାହୁଁଥିବା ଭକ୍ତ ମାନେ ଏଠାକୁ ଆସି ତାଙ୍କୁ ଦର୍ଶନ କରିଥାନ୍ତି ।
ସବୁବେଳେ ନାଲି ରଙ୍ଗର ଶାଢୀରେ ନଜର ଆସୁଥିବା ରାଧେ ମାଙ୍କର ୨୦୧୫ରେ କିଛି ଫଟୋ ଭାଇରାଲ ହୋଇଥିଲା । ଯେଉଁଥିରେ ତାଙ୍କୁ ସର୍ଟ ସ୍କର୍ଟରେ ଦେଖିବାକୁ ମିଳିଥିଲା । ଯେଉଁ ଫଟୋକୁ ନେଇ ଚର୍ଚ୍ଚା ଜୋର ଧରିଥିଲା ।