ପୋଲିସ ଚୌକିରେ ରାଧେ ମା’ ! ହାତ ଯୋଡି ଛିଡା ହୋଇ ରହିଲେ ଥାନା ଅଧିକାରୀ
କନକ ବ୍ୟୁରୋ : ଆତ୍ମଘୋଷିତ ବାବା ଓ ମାତାଙ୍କୁ ନେଇ ଏବେ ପୂରା ଦେଶରେ ଚର୍ଚ୍ଚା । ରାମରହିମଙ୍କ ଚର୍ଚ୍ଚା ଥମି ନଥିବା ବେଳେ ରାଧେ ମା’ ଏବେ ପୁଣିଥରେ ଚର୍ଚ୍ଚାର ପରିସରକୁ ଟାଣି ହୋଇ ଆସିଛନ୍ତି ।ଏଥର ଏକ ନୂଆ ରୂପରେ ସାମ୍ନାକୁ ଆସିଛନ୍ତି ରାଧେ ମା’ । ଥାନାବାବୁଙ୍କ ଚୌକିରେ ରାଧେ ମା’ । ଥାନା ଅଧିକାରୀଙ୍କ ଚୌକିରେ ରାଧେ ମା’ ବସିଥିବା ବେଳେ ପାଖରେ ହାତ ଯୋଡି ଠିଆ ହୋଇଛନ୍ତି ଥାନା ଅଧିକାରୀ । ଏପରି ଏକ ଫଟୋ ଏବେ ଭାଇରାଲ ହୋଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ହାତରେ ତ୍ରୀଶୂୁଳ ଧରି ନିଜର ଅଜବ ମୁଦ୍ରା ପାଇଁ ଚର୍ଚ୍ଚାରେ ଥିବା ରାଧେ ମା’ ନବରାତ୍ରୀ ସମୟରେ ଦିଲ୍ଲୀର ବିବେକ ବିହାର ଅଞ୍ଚଳକୁ ରାମଲୀଳା ଦେଖିବାକୁ ଆସିଥିଲେ । ତେବେ ଭିଡ ପ୍ରବଳ ଥିବାରୁ ଥାନା ଅଧିକାରୀ ତାଙ୍କୁ ଥାନାକୁ ନେଇ ଆସିଥିଲେ । କିନ୍ତୁ ଥାନାରେ ପହଞ୍ଚିବା ପରେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଥିଲା । ଥାନା ମୁଖିଆ ଭକ୍ତଙ୍କ ପରି ଛିଡା ହୋଇ ରହିଥିଲେ ଆଉ ତାଙ୍କ ଚୌକିରେ ବିସିଥିଲେ ରାଧେ ମା’ । ଲାଗୁଥିଲା ସେ ହେଉଛନ୍ତି ଥାନାର ବଡ ବାବୁ । ଆଉ ରାଧେ ମା’ ନିକଟରେ ପୁଲିସ ପୋଷାକ ଉପରେ ଗୋଟିଏ ଓଢଣୀ ଢାଙ୍କି ଏକ ଶୃଙ୍ଖଳିତ ଭକ୍ତ ଭାବେ ହାତ ଯୋଡି ଠିଆ ହୋଇଥିଲେ ଏସଏଚଓ ସଂଜୟ ଶର୍ମା । କେବଳ ଏସଏଚଓ ସଂଜୟ ଶର୍ମା ନୁହନ୍ତି ଥାନାର ଅନ୍ୟ ପୁଲିସ କର୍ମଚାରୀମାନେ ମଧ୍ୟ ରାଧେ ମା’ଙ୍କ ଆର୍ଶିବାଦ ନେବା ପାଇଁ ଲାଇନରେ ଲାଗିଯାଇଥିଲେ ।
ଦିଲ୍ଲୀ ବିବେକ ବିହାର ଥାନାର ଏହି ଫଟୋଟି ନବରାତ୍ରୀ ସମୟରେ ମହାଅଷ୍ଟମୀ ଦିନର ବୋଲି ଜଣାପଡିଛି । ବିବାଦୀୟ ଧର୍ମଗୁରୁ ରାଧେ ମା’ଙ୍କ ବିରୋଧରେ ପୂର୍ବରୁ ଯୌତୁକ ନିର୍ଯାତନା, ଯୌନ ନିର୍ଯାତନା ଓ ଧମକ ଦେବା ପରି ଅଭିଯୋଗ ରହିଛି । ଥାନାରେ ରାଧେ ମା’ଙ୍କ ପୋଲିସ ଚୌକିରେ ବସିବା କେତେଦୂର ଗ୍ରହଣୀୟ ତାକୁ ନେଇ ଏବେ ପ୍ରଶ୍ନ ଉଠିଛି ।