ନିଜ ଷ୍ଟାଇଲ କାରଣରୁ ଚର୍ଚ୍ଚାରେ ରହି ଆସିଥିବା ରାଧେ ମା ଏବେ ୱେବ ସିରିଜ ଜରିଆରେ ଅଭିନୟ ଦୁନିଆରେ ପାଦ ରଖିବା ପାଇଁ ଯାଉଛନ୍ତି । ୬ଟି ଏପିସୋଡ ଥିବା ୱେବ ସିରିଜ ‘ରାହ ଦେ ମା’ ୨୧ ଅଗଷ୍ଟରେ ରିଲିଜ ହେବାକୁ ଯାଉଛି ଏବଂ ଏଥିରେ ରାଧେ ମା ନିଜ ରୂପରେ ନଜର ଆସିବେ । ଏହି ୱେବ ସିରିଜ ଏକ ଏଭଳି ପରିବାରର କାହାଣୀ ଅଟେ ଯେଉଁଥିରେ ଏକମାତ୍ର ପୁଅକୁ ମା-ବାପା ଫିଲ୍ମ ଷ୍ଟାର ବନାଇବାକୁ ଚାହୁଛନ୍ତି । ସେହି ଲୋକମାନେ ପୁଅକୁ ନେଇ ରାଧେ-ମାଙ୍କ ପାଖକୁ ଆଶୀର୍ବାଦ ନେବାକୁ ଯାଉଛନ୍ତି, ଏହାପରେ ତତକ୍ଷଣାତ ସେହି ପିଲାଟିକୁ ଫିଲ୍ମ ମିଳି ଯାଉଛି । କିନ୍ତୁ କାହାଣୀରେ ସେତେବେଳେ ମଜା ଆସିବ ଯେତେବେଳେ ପୁଅ ସମଲିଙ୍ଗକତା ଉପରେ ପ୍ରଭାବିତ ହେବ ।
ୱେବ ସିରିଜର ଅଭିନୟକୁ ନେଇ କହିଛନ୍ତି ସେ କେବେ ଅଭିନୟ କରନ୍ତି ନାହିଁ କି କରି ନାହାନ୍ତି । ସେ ଫିଲ୍ମରେ ମଧ୍ୟ ଯେମିତି ରିୟଲ ଭଳି ଅଛନ୍ତି । ସେ ନିଜକୁ ମଡିନ କହିଛନ୍ତି ଏବଂ କହିଛନ୍ତି ସେ ଗୁରୁ ମା, ସନ୍ଥ କି ସାଧୁ ନୁହନ୍ତି । ସେ ପିଲା ଦିନେ ନାଲି ରଂଗ ପସନ୍ଦ କରୁଥିବାରୁ ତାଙ୍କୁ ନାଲି ରଂଗ ଇ୍ସ ପସନ୍ଦ ଥିବା କହିଛନ୍ତି । ଏହି ୱେବ ସିରିଜରେ ରାଧେ ମା ଙ୍କ ବ୍ୟତୀତ ପଙ୍କଜ ବେରୀ, ଆରାଧନର ଉପ୍ପଲ, ଅମନ ମାହେଶ୍ୱରୀ ଏବଂ ଆୟୁଷୀ ଶର୍ମା ମଧ୍ୟ ନଜର ଆସିବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/08/633613-radhe-maa-2.jpg)
/kanak/media/post_attachments/wp-content/uploads/2018/08/images_1533554130600_Radhe_Ma-300x168.jpg)