ରାଧାରାଣୀ ପଣ୍ଡାଙ୍କ ବିସ୍ଫୋରକ ବୟାନ : ବ୍ରଜରାଜନଗର ଉପନିର୍ବାଚନ ପରାଜୟ ପାଇଁ ଆତ୍ମଘାତୀ କାମ କରିଥିଲେ ଜଣେ ବରିଷ୍ଠ ବିଜେପି ନେତା

306

କନକ ବ୍ୟୁରୋ : ପଦ୍ମପୁର ଉପନିର୍ବାଚନ ପୂର୍ବରୁ ବିଜେପି ନେତ୍ରୀ ରାଧାରାଣୀ ପଣ୍ଡାଙ୍କ ବିସ୍ଫୋରକ ବୟାନ । ବ୍ରଜରାଜନଗର ଉପନିର୍ବାଚନରେ ଜଣେ ବରିଷ୍ଠ ବିଜେପି ନେତା ତାଙ୍କୁ ହରାଇବା ପାଇଁ କାମ କରିଥିଲେ । ଦଳ ପାଇଁ ଆତ୍ମଘାତୀ କାମ କରିଥିଲେ ସେହି ବିଜେପି ନେତା । କାହାର ନାଁ ନନେଇ କହିଥିଲେ, ସତ କଣ ସମସ୍ତେ ଜାଣିଛନ୍ତି ।

କାଳେ ୨୦୨୪ ସାଧାରଣ ନିର୍ବାଚନରେ ରାଧାରାଣୀଙ୍କୁ କାଳେ ପ୍ରାର୍ଥୀ କରାଯିବ, ସେଥିପାଇଁ ଜାଣିଶୁଣି ତାଙ୍କୁ ହରାଇ ଦିଆଯାଇଥିଲା । ତେବେ କିଏ ସେହି ଆତ୍ମଘାତୀ ନେତା ସେ ନେଇ ମୁହଁ ଖୋଲି ନଥିଲେ ରାଧାରାଣୀ । ପଦ୍ମପୁର ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ପ୍ରଚାର କରିବାକୁ ଆସିଥିବାବେଳେ ଏଭଳି ବୟାନ ଦେଇଛନ୍ତି ରାଧାରାଣୀ ।