ଆଜି ପବିତ୍ର ଅଁଳା ନବମୀ, ଚାରିଆଡେ ଉତ୍ସାହର ପରିବେଶ। ଓଡିଆଣୀ ବେଶରେ ଦର୍ଶନ ଦେବେ ଶ୍ରୀରାଧା, ସାକ୍ଷୀଗୋପାଳରେ ଲକ୍ଷାଧିକ ଭକ୍ତଙ୍କ ସମାଗମ

ପୁରୀରେ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା

1,490

କନକ ବ୍ୟୁରୋ: ଆଜି ପବିତ୍ର ଅଁଳା ନବମୀ । ଏଥିପାଇଁ ଚାରିଆଡେ ଉତ୍ସାହର ପରିବେଶ । ଆଜି ପୁରୀର ସାକ୍ଷୀଗୋପାଳ ସ୍ଥ୍ିତ ସାକ୍ଷୀଗୋପିନାଥ ଦେବ ମନ୍ଦିରରେ ଶ୍ରୀରାଧାଙ୍କ ପାଦ ଦର୍ଶନ କରୁଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ । ଏଥି ପାଇଁ ମନ୍ଦିର ପରିଚାଳନା କମିଟି, ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି । ଆଜି ଭୋର ସକାଳୁ ଦ୍ୱାର ଫିଟା ନୀତି ସରିବା ପରେ ୬ଟାରୁ ଭକ୍ତଙ୍କୁ ଦର୍ଶନ ଆରମ୍ଭ ହୋଇଛି । ଶ୍ରୀରାଧାଙ୍କ ଓଡିଆଣୀ ବେଶରେ ପାଦ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ଆଉ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ସୁରକ୍ଷା ପାଇଁ ୨୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ଏବଂ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ଅନ୍ୟାନ୍ୟ ପଦକ୍ଷେପ ନେଇଛି ପ୍ରଶାସନ ।

ଆଜି ପବିତ୍ର ଅଁଳା ନବମୀ । ରାଧାପାଦ ଦର୍ଶନ ପାଇଁ ଚଳଚଞ୍ଚଳ ହୋଇପଡିଛି ସାକ୍ଷୀଗୋପାଳ । ଦର୍ଶନ ପାଇଁ ଭକ୍ତଙ୍କ ଗହଳି ଜମିଛି । ଓଡିଆଣୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମାଆ । ପ୍ରଶାସନ ତରଫରୁ ଶୃଙ୍ଖଳିତ ଦର୍ଶନ ପାଇଁ ସୁବ୍ୟବସ୍ଥା କରାଯାଇଛି । ମନ୍ଦିର ପରିସରରେ ସୁରକ୍ଷା କଡାକଡି କରାଯାଇଛି । ବ୍ୟାରିକେଡରେ ଧାଡିରେ ଆସି ଶ୍ରଦ୍ଧାଳୁମାନେ ମାଆଙ୍କ ଦର୍ଶନ କରୁଛନ୍ତି । ସୁରକ୍ଷା ପାଇଁ ୨୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ।

ରାତି ୧୨ଟାରେ ମନ୍ଦିର ଫିଟାଯାଇ ମଙ୍ଗଳଆଳତୀ, ମର୍ଦ୍ଦନ, ଅବକାଶ ନୀତି, ନଟବର ବେଶ, ସୂର‌୍ୟ୍ୟପୂଜା, ଦ୍ୱାରପାଳ ପୂଜା, ବଲ୍ଲଭ, ସକାଳ ଧୂପ, ବାଳ ଧୂପ, ମଦନମୋହନଦେବ ଭୋଗ ପରେ ଦେବନୀତି ଶେଷ କରାଯାଇଛି । ଦେବନୀତି ଶେଷ ପରେ ସାଢ଼େ ୫ଟାରୁ ୬ଟା ଯାଏ ସେବାୟତଙ୍କ ପରିବାର ଶ୍ରୀରାଧାଙ୍କ ପାଦଦର୍ଶନ ଓ ଓଡ଼ିଆଣୀ ବେଶ ଦର୍ଶନ କରିବା ପରେ ସକାଳ ସାଢ଼େ ୬ଟାରୁ ସାହାଣ ମେଲା ଦର୍ଶନ ଆରମ୍ଭ ହୋଇଛି । ଭକ୍ତ ଓ ଶ୍ରଦ୍ଧାଳୁମାନେ ଗର୍ଭଗୃହର ବେହରଣ ଦ୍ୱାର ନିକଟରୁ ଶ୍ରୀରାଧାଙ୍କ ପାଦଦର୍ଶନ କରୁଛନ୍ତି ।