କନକ ବ୍ୟୁରୋ : ପର୍ଯ୍ୟଟନ ଋତୁରେ ଜମୁଛି ଭିଡ । ଦୂରଦୂରାନ୍ତରୁ ଛୁଟି ଆସୁଛନ୍ତି ପର୍ଯ୍ୟଟକ ମାନେ । ବଣଭୋଜି କରିବା ସହିତ ମାଆ ଯୋଗମାୟାଙ୍କୁ ଦର୍ଶନ କରିବାକୁ ଗହଳି ଜମୁଛି । କଳାହାଣ୍ଡି କେସିଙ୍ଗା ଗୁର୍ଜିମୁଣ୍ଡାରେ ଥିବା ଯୋଗମାୟାଙ୍କ ପୀଠ । ମାଆଙ୍କ ନିକଟର ଭକ୍ତଙ୍କ ରହିଛି ଅଗାଧ ବିଶ୍ୱାସ । ଯାହା ମାନସିକ କରିଲେ ସବୁକିଛି ପୂରଣ ହୋଇଥାଏ । ଆଉ ଏହି ବିଶ୍ୱାସ ଆଧାରରେ ପ୍ରତିଦିନ ଦୂରଦୂରାନ୍ତରୁ ଲାଗୁଛି ଲୋକଙ୍କ ଭିଡ । ନୂଆବର୍ଷରେ ମଧ୍ୟ ଲାଗିଥିଲା ପ୍ରବଳ ଭକ୍ତଙ୍କ ଭିଡ । ମନୋରମ ପରିବଶେ ଭିତରେ ଏହା ରହିଥିବାରୁ ଏହାକୁ ପର୍ଯ୍ୟଟନସ୍ଥଳୀ ମାନ୍ୟତା ବି ମିଳିଛି । ଏଠାରେ ଥିବା ଶିଶୁ ଉଦ୍ୟାନରୁ ନେଇ ଜୀବଜନ୍ତୁଙ୍କ ମୂର୍ତି, ତାସହିତ ଓøଷଧୀୟ ବୃକ୍ଷ ଲୋକଙ୍କୁ ବେଶୀ ଆକୃଷ୍ଟ କରୁଛି । ତା ସହିତ ସେଲ୍ଫି ପଏଂଟ ପାଲଟିଛି ମୁଖ୍ୟ ଆକର୍ଷଣ । ତା ସହିତ ପାତାେ,ଶ୍ୱର ମନ୍ଦିରଠୁ ଆରମ୍ଭ କରି ଦେବ ଗୁମ୍ଫା ଓ ଗଣେଶ ମନ୍ଦିର ମଧ୍ୟ ରହିଛି । ଯାହା ଦେଖିବକୁ ପ୍ରତିଦିନ ଦୂରଦୂରାନ୍ତରୁ ଶହଶହ ପର୍ଯ୍ୟଯକଙ୍କ ଭିଡ ଜମିବାରେ ଲାଗିଛି ।
କଳାହାଣ୍ଡି ଗୁର୍ଜିମୁଣ୍ଡାରେ ଥିବା ଯୋଗମାୟାଙ୍କ ପୀଠରେ ଲାଗୁଛି ଗହଳି । ମାଆଙ୍କ ଦର୍ଶନ ସହ ସେଲ୍ଫି ପଏଂଟ ପାଲଟିଛି ମୁଖ୍ୟ ଆକର୍ଷଣ
/kanak/media/post_attachments/wp-content/uploads/2024/01/11-3.jpg)