ନୂଆ ବର୍ଷର ଆଗମନରେ ପର୍ଯ୍ୟଟନ ସ୍ଥଳିରେ ଜମୁଛି ପର୍ଯ୍ୟଟକଙ୍କ ଭିଡ । ବୁଲା ବୁଲି ପାଇଁ ପର୍ଯ୍ୟଟକଙ୍କୁ ହାତ ଠାରି ଡାକୁଛି ‘ହଦଗଡ଼’ଡ୍ୟାମ

ନୂଆ ବର୍ଷର ଆଗମନରେ ପର୍ଯ୍ୟଟନ ସ୍ଥଳିରେ ଜମୁଛି ପର୍ଯ୍ୟଟକଙ୍କ ଭିଡ । ବୁଲା ବୁଲି ପାଇଁ ପର୍ଯ୍ୟଟକଙ୍କୁ ହାତ ଠାରି ଡାକୁଛି ‘ହଦଗଡ଼’ଡ୍ୟାମ

କନକ ବ୍ୟୁରୋ : ସାଳନ୍ଦୀ ନଦୀ ଉପରେ ଡ୍ୟାମ ନିର୍ମାଣ ହୋଇଥିଲା ଚାଷୀଙ୍କ ପାଇଁ । ହେଲେ କିଏ ଜାଣିଥିଲା ଦିନେ ତାହା ପର୍ୟ୍ୟଟନ କ୍ଷେତ୍ରରେ ମଧ୍ୟ ସ୍ଥାନ ପାଇବ । ଆନନ୍ଦପୁର ଭଦ୍ରକ ରାସ୍ତାର ଛେନାପଦି ଛକରୁ ୧୬ କିଲୋମିଟର ଉତ୍ତରକୁ ଗଲେ ପଡେ ହଦଗଡ଼ ଡ୍ୟାମ। ବଣ ପାହାଡ ଘେରା ପ୍ରାକୃତିକ ପରିବେଶ ଓ ଜଳଭଣ୍ଡାରର ନୀଳ ଜଳ ରାଶି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି । ଦୂର ଦିଗବଳୟ ଯାଏଁ ଲମ୍ବିଛି ଜଳରାଶି। ହୁଲି ଡଙ୍ଗା ସହିତ ନଦୀ ମଝିରେ ଟାପୁର ଦୃଶ୍ୟ ମନରେ ଆଣିଦିଏ ଏକ ଅଭୂଲା ସ୍ମୃତି। ଉଚ୍ଚରୁ ଖସୁଥିବା ଜଳରାଶି ସୃଷ୍ଟି କରୁଛି ଝରଣାର ଭ୍ରମ।

ଡ୍ୟାମର ଦୁଇଟି ଫୁକାରରେ ବାହାରୁ ଥିବା ପାଣି କୁଳୁକୁଳୁ ନାଦ ଦେଇ ନଦୀରେ ବହିଯାଉ ଥିବା ବେଳେ ତାର ଦୁଇ ପାଶ୍ୱର୍ରେ ବଣଭୋଜିର ଆଶର ଜମାଇଥାନ୍ତି ପର୍ୟ୍ୟଟକ । ପ୍ରତିବର୍ଷ ଡିସେମ୍ବର ମାସରୁ ଫେବୃଆରୀ ମାସ ପର୍ୟ୍ୟନ୍ତ ଏଠାରେ ପର୍ୟ୍ୟଟକଙ୍କ ଭିଡ଼ ଜମେ । ବିଶେଷ କରି ପଶ୍ଚିମବଙ୍ଗ ଓ ଓଡିଶାର ବିଭିନ୍ନ ଜିଲ୍ଲାରୁ ହଜାର ହଜାର ପର୍ୟ୍ୟଟକ ଏଠାକୁ ବଣଭୋଜି କରିବାକୁ ଆସିଥାନ୍ତି। ଏତେ ସଂଖ୍ୟକ ପର୍ୟ୍ୟଟକ ଆସୁଥିଲେ ମଧ୍ୟ ପର୍ୟ୍ୟଟନ ବିଭାଗ କିମ୍ବା ପ୍ରଶାସନ ପକ୍ଷରୁ ପାନୀୟଜଳ, ଶୌଚାଳୟ ବ୍ୟବସ୍ଥା ନଥିବାରୁ ପର୍ୟ୍ୟଟକମାନେ ଅସୁବିଧା ଭୋଗୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe