କନକ ବ୍ୟୁରୋ : ହୃଦଘାତରେ ପରପାରିକୁ ଚାଲିଯାଇଛନ୍ତି ହାସ୍ୟ ଅଭିନେତା ରବି ମିଶ୍ର । ଜାଣିଲେ ଆଶ୍ଚର୍ଯ୍ୟ ହେବେ, ସତ ହୋଇଯାଇଛି ଶେଷ ଅଭିନୟ ... ଏ ହେଉଛି ଟିଭି ସିରିଏଲ ହେ ପ୍ରଭୁର ଏକ ଦୃଶ୍ୟ । ଅଭିନେତା ରବି ମିଶ୍ରଙ୍କ ଶେଷ ଦୃଶ୍ୟ । କାହାଣୀର ଆବଶ୍ୟକତା ଅନୁସାରେ ସିରିଏଲର ଏକ ହୃଦଘାତର ଦୃଶ୍ୟ ରଖାଯାଇଥିଲା । ଆଉ ନିଜ ଅଭିନୟକୁ ଜୀବନ୍ତ କରିବା ପାଇଁ ହୃଦଘାତର ଏହି ଦୃଶ୍ୟ କଲାବେଳେ କିଛି ସମୟ ପାଇଁ ନିଜ ପ୍ରଶ୍ୱାସକୁ ରୋକିଦେଇଥିଲେ ଅଭିନେତା ରବି ମିଶ୍ର ।
ତାଙ୍କ ସାଥୀ କଳାକାରଙ୍କ କହିବା ଅନୁଯାୟୀ, ରବି ମିଶ୍ରଙ୍କ ଭଳି ବର୍ଷିଆନ ଅଭିନେତା ନିଜ ଚରିତ୍ରକୁ ଲୋକପ୍ରିୟ କରିବା ପାଇଁ ଏହିଭଳି ବାସ୍ତବତାର ଛୁଙ୍କ ଦେଇଥାନ୍ତି । ହେଲେ କେହି କେବେ କଳ୍ପନା କରିଥିଲେ , ପୂର୍ବଦିନ ସୁଟିଂ ସେଟରେ କରିଥିବା ଅଭିନୟ ପରଦିନ ସତ ହୋଇଯିବ । ହୃଦଘାତର ଅଭିନୟ କରିଥିବା ରବି ମିଶ୍ର ପରଦିନ ହୃଦଘାତରେ ହିଁ ସିନେମା ଜଗତରୁ ବିଦାୟ ନେଇଛନ୍ତି । ଯାହା ତାଙ୍କ ସାଥୀ କଳାକାରଙ୍କୁ ଗଭୀର ଆଘାତ ଦେଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/01/vlcsnap-2021-01-21-15h01m20s775.png)