କରୋନା ସଂକ୍ରମଣର ଅଜବ ଟ୍ରେଣ୍ଡ: ଦେଶରେ କମୁଛି ଆର୍-ଭାଲ୍ୟୁ, ସେପଟେ ବଢୁଛି ଦୈନିକ ସଂକ୍ରମଣ ହାର

Advertisment
କରୋନା ସଂକ୍ରମଣର ଅଜବ ଟ୍ରେଣ୍ଡ: ଦେଶରେ କମୁଛି ଆର୍-ଭାଲ୍ୟୁ, ସେପଟେ ବଢୁଛି ଦୈନିକ ସଂକ୍ରମଣ ହାର

କନକ ବ୍ୟୁରୋ: କ୍ରମାଗତ ହ୍ରାସ ପାଉଛି ଦେଶର ଆର ଭାଲ୍ୟୁ । ଜାନୁଆରୀ ୧୪ରୁ ୨୧ ମଧ୍ୟରେ ଆର ଭାଲ୍ୟୁ ୧.୫୭କୁ ହ୍ରାସ ପାଇଛି । ଏହା ପୂର୍ବରୁ ୨.୨ ଥିଲା ଆର ଭାଲ୍ୟୁ । ସେହିପରି ଆଉ ଗୋଟିଏ ସପ୍ତାହ ପୂର୍ବରୁ ଏହି ଭାଲ୍ୟୁ ୪ ଥିଲା । ଜାନୁଆରୀ ୭ରୁ ୧୩ ମଧ୍ୟରେ ଶେଷ ହୋଇଥିବା ସପ୍ତାହରେ ଦେଶର ଆର ଭାଲ୍ୟୁ ୨.୨କୁ ଖସିଆସିଛି । ଅର୍ଥାତ ଜଣେ କରୋନା ଆକ୍ରାନ୍ତ ୨ରୁ ଅଧିକ ବ୍ୟକ୍ତିଙ୍କୁ ସଂକ୍ରମିତ କରିବାକୁ ସକ୍ଷମ ।

ଆର ଭାଲ୍ୟୁ କମିବା ଏକ ଭଲ ସୂଚନା । କାରଣ ଦେଶର ଆର ଭାଲ୍ୟୁ ୧ରୁ ତଳକୁ ଖସିଲେ ଶେଷ ହୋଇଯିବ ମହାମାରୀ । ଆଇଆଇଟି ମାଡ୍ରାସର ଆକଳନ ଅନୁସାରେ ...
ଦେଶର ‘ଆର’ ଭାଲ୍ୟୁ
- ଡିସେମ୍ବର ୨୫ରୁ ୩୧ ମଧ୍ୟରେ ଆର ଭାଲ୍ୟୁ ଥିଲା- ୨.୯
- ଜାନୁଆରୀ ୧ରୁ ୬ ମଧ୍ୟରେ ଥିଲା- ୪
- ଜାନୁଆରୀ ୭ରୁ ୧୩ ମଧ୍ୟରେ ଏହା ଖସି ହୋଇଛି- ୨.୨
- ଜାନୁଆରୀ ୧୪ରୁ ୨୧ ମଧ୍ୟରେ ଏହା ଖସିଛି ହୋଇଛି -୧.୫୭

ଆଇଆଇଟି ମାଡ୍ରାସର ବିଶେଷଜ୍ଞଙ୍କ ମତରେ ଜଣେ ଆକ୍ରାନ୍ତଙ୍କଠାରେ ଥିବା ଭୂତାଣୁ କେତେ ସଂକ୍ରାମକ, ସେ କେତେଜଣଙ୍କ ସଂସ୍ପର୍ଷରେ ଆସିଛନ୍ତି ଏବଂ କେତେ ସମୟ ଭିତରେ ଅନ୍ୟମାନଙ୍କୁ ଭୂତାଣୁ ସଂକ୍ରମିତ ହେଉଛି, ତା ଉପରେ ନିର୍ଭର କରେ ଆର ଭାଲ୍ୟୁ ।

ଓମିକ୍ରନ୍ ଭୂତାଣୁ ଯୋଗୁଁ ଦେଶରେ ଆରମ୍ଭ ହୋଇଥିବା କରୋନାର ନୂଆ ଲହର କେଉଁଠି ଶୀର୍ଷକୁ ଛୁଇଁ ସାରିଲାଣି ତ ପୁଣି କେଉଁଠି ଶୀର୍ଷରେ ପହଂଚିବାକୁ ବାକି ଅଛି । ତେଣୁ ଏବେ ଦେଶର ବିଭିନ୍ନ ସହରରେ ଆର ଭାଲ୍ୟୁ ମଧ୍ୟ ଅଲଗା ଅଲଗା ରହିଛି । ଏବେ ମୁମ୍ବାଇ, ଦିଲ୍ଲୀ, ଚେନ୍ନାଇ ଓ କୋଲକାତାରେ ପୂର୍ବତୁଳନରେ ଆର ଭାଲ୍ୟୁ କମିଛି ।

ଆଇଆଇଟି ମାଡ୍ରାସର ଗଣିତଜ୍ଞ ଡକ୍ଟର ଜୟନ୍ତ ଝା କହିଛନ୍ତି କୋଲକାତା ଏବଂ ମୁମ୍ବାଇର ଆର ଭାଲ୍ୟୁ ଦର୍ଶାଉଛି କରୋନା ଏଠାରେ ଶୀର୍ଷକୁ ଛୁଇଁ ଖସି ଆସିଛି । ଅନ୍ୟପଟେ ତୃତୀୟ ଲହରର ଶୀର୍ଷ ଅବସ୍ଥା ଆସନ୍ତା ଦୁଇ ସପ୍ତାହ ଭିତରେ ଆସିପାରେ ବୋଲି ଆଇଆଇଟି ମାଡ୍ରାସ ଆକଳନ କରିଛି ।ପୂର୍ବରୁ ଫେବୃଆରୀ ୧ରୁ ୧୫ ଭିତରେ କରୋନା ଶୀର୍ଷ ଛୁଇଁବା ନେଇ ଆକଳନ କରାଯାଇଥିଲା କିନ୍ତୁ ୧୪ ଭିତରେ ଆସିବା ନେଇ ସମ୍ଭାବନା ଅଧିକ ରହିଛି ।

ସହରରେ ‘ଆର’ ଭାଲ୍ୟୁ
- ମୁମ୍ବାଇରେ ଆର ଭାଲ୍ୟୁ- ୦.୬୭
- ଦିଲ୍ଲୀର ଆର ଭାଲ୍ୟୁ- ୦.୯୮
- ଚେନ୍ନାଇରେ ଏହା- ୧.୨
- କୋଲକାତାରେ – ୦.୫୬
କୋଭିଡକୁ ପ୍ରଭାବହୀନ କରିବା ପାଇଁ ପ୍ରତିଶେଧକ ଟିକା ହିଁ ସବୁଠାରୁ ବଡ ଅସ୍ତ୍ର । ବର୍ତମାନ ଏହି ଶକ୍ତିଶାଳୀ ଅସ୍ତ୍ରର ପ୍ରୟୋଗ କରାଯାଉଥିବାରୁ ମହାମାରୀ ଆଉ ବେଶିଦିନ ରହିବ ନହିଁ । କରୋନାର ଶେଷଦିନ ପାଖେଇ ଆସିଲାଣି ବୋଲି ବିଶେଷଜ୍ଞ କହିଛନ୍ତି ।

ୱାସିଂଟନର କିଛି ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ କରୋନା ଭୂତାଣୁ ଶୀଘ୍ର ଅଜ୍ଞାତାବସକୁ ଚାଲିଯିବ ଭୂତାଣୁ ଉପରେ ରୁପ ବଦଳାଇବା ଏବଂ ମଣିଷ ଶରୀରର ପ୍ରତିରୋଧକ ଶକ୍ତି ସହ ଖାପ ଖୁଆଇ ଚଳିବା ନେଇ ପ୍ରବଳ ଚାପ ରହିଛି । ତେଣୁ ଭୂତାଣୁ ନିଜକୁ ବଂଚାଇ ରଖିବା ପଇଁ ମ୍ୟୁଟେସନ ବା ରୁପ ବଦଳାଇ ବଦଳାଇ ଥକି ଗଲାଣି । ଆଗାମୀ ଦିନରେ ନୂଆ ମ୍ୟୁଟେସନ୍ ହୋଇପାରେ କିନ୍ତୁ ଏହା ସେତେଟା ପ୍ରଭାବୀ ହେବନାହିଁ । ଗତ ୨୪ ଘଂଟାରେ ଦେଶରେ ୩ଲକ୍ଷ ୩୩ ହଜାର ୫୩୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହେବା ସ÷ ୫୨୫ଜଣଙ୍କ ଜୀବନ ଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe