କନକ ବ୍ୟୁରୋ : ତିନି ଦିନରେ ଟେଷ୍ଟ ମ୍ୟାଚ ଶେଷ । ୱେଷ୍ଟଇଣ୍ଡିଜ ବିପକ୍ଷରେ ୧୪୧ ରନରେ ଜିତିଲା ଭାରତ । ଦୁଇଟି ଇନିଂସରେ ଅଶ୍ୱିନୀଙ୍କ ଘାତକ ବୋଲିଂ । ପ୍ରଥମ ପାଳିରେ ୫ ୱିକେଟ୍ ସଫଳତା ପାଇଥିବା ରବିଚନ୍ଦ୍ରନ ଅଶ୍ୱିନୀ ଦ୍ୱିତୀୟ ପାଳିରେ ୭ ୱିକେଟ୍ ଅକ୍ତିଆର କରି ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଭାରତକୁ ପ୍ରଥମ ବିଜୟ ଭେଟି ଦେଇଛନ୍ତି ।
ପ୍ରଥମ ଇନିଂସରେ ଭାରତ ୪୨୧ ରନ କରି ପାଳି ଘୋଷଣା କରିଥିଲା । ଏହା ପରେ ୱେଷ୍ଟଇଣ୍ଡିଜ ଦ୍ୱିତୀୟ ଇନିଂସରେ ୧୩୦ ରନରେ ସୀମିତ ରହିଥିଲା । ଏଥି ସହିତ ଅଶ୍ୱିନୀ ଟେଷ୍ଟରେ ଅଷ୍ଟମ ଥର ୧୦ ୱିକେଟ୍ ସଫଳତା ଅର୍ଜନ କରିଛନ୍ତି । ଅଶ୍ୱିନୀଙ୍କ ବ୍ୟତୀତ ରବିନ୍ଦ୍ର ଜାଦେଜା ଓ ମହମ୍ମଦ ସିରାଜ ଅନ୍ୟ ୱିକେଟ୍ ଗୁଡ଼ିକୁ ଝଡ଼ାଇଥିଲେ । ୱେଷ୍ଟଇଣ୍ଡିଜ୍ ପାଇଁ ଆଲିକ୍ ଆଥାନେଜ୍ ସର୍ବାଧିକ ୨୮ ରନ୍ କରିଥିଲେ । ପଦାର୍ପଣରେ ଶତକ ମାରିଥିବା ଯଶସ୍ବୀ ଜୟସ୍ବାଲ୍ଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଦିଆଯାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/07/5-19.jpg)