ଅଷ୍ଟ୍ରେଲିଆ ସହିତ ଜବରଦସ୍ତ ପ୍ରଦର୍ଶନ ପରେ ବିଶ୍ୱକପ ଟିମରେ ସାମିଲ ହୋଇପାରନ୍ତି ଆର ଅଶ୍ୱୀନ: ଅକ୍ଷର ପଟେଲଙ୍କ ଫିଟନେସକୁ ନେଇ ସସପେନ୍ସ ଜାରି

86

କନକ ବ୍ୟୁରୋ: ଏସିଆ କପରୁ ଆହତ ହୋଇଥିବା ଟିମ୍ ଇଣ୍ଡିଆର ସ୍ପିନର ଅକ୍ଷର ପଟେଲ ବିଶ୍ୱକପରେ ସାମିଲ ହୋଇପାରିବେ କି ନାହିଁ ଜାରି ରହିଛି ସସପେନ୍ସ । କୋଚ ରାହୁଲ ଦ୍ରାବିଡ କିମ୍ବା ଅଧିନାୟକ ରୋହିତ ଶର୍ମା ଅକ୍ଷରଙ୍କ ଫିଟନେସ ବାବଦରେ କିଛି ସ୍ପଷ୍ଟ କରିନାହାନ୍ତି । ଏପରି ସ୍ଥିତିରେ ଅଷ୍ଟ୍ରେଲିଆ ବିପକ୍ଷରେ ଦମଦାର ପ୍ରଦର୍ଶନ କରିଥିବା ଆର ଅଶ୍ୱୀନ ଦଳରେ ସାମିଲ ହେବା ନେଇ ଚର୍ଚ୍ଚା ବଢିଛି । ଅଶ୍ୱିନଙ୍କ ବାବଦରେ ମୁଖ୍ୟ କୋଚ କହିଛନ୍ତି, “ଅଶ୍ୱିନ ପ୍ରଥମ ଦୁଇଟି ମ୍ୟାଚରେ ବୋଲିଂ କରିଥିଲେ, ତାଙ୍କର ଏଭଳି ପ୍ରଦର୍ଶନ ଦେଖିବା ପ୍ରକୃତରେ ଭଲ ଥିଲା । ତେବେ ଅଶ୍ୱିନଙ୍କୁ ବିଶ୍ୱକପ ପାଇଁ ଦଳରେ ସ୍ଥାନ ଦିଆଯିବ କି ବୋଲି ପ୍ରଶ୍ନରେ ସେ କୈଣସି ଉତର ଦେଇନାହାନ୍ତି । ପୂର୍ବରୁ ଅଶ୍ୱୀନଙ୍କ ପ୍ରଦର୍ଶନକୁ ନେଇ କ୍ୟାପଟେନ ରୋହିତ ଶର୍ମା ପ୍ରଶଂସା କରିଥିଲେ ।