କନକ ବ୍ୟୁରୋ: ଦୂୁର୍ନୀତି ନେଇ ପାଇଁ କିପରି ଫନ୍ଦିଫିକର କରାଯାଊଛି ଏ ନେଇ ଖବର ପ୍ରସାରଣ କରିଥିଲା କନକ ନ୍ୟୁଜ । ପୂର୍ତ୍ତ ବିଭାଗରେ ଚଞ୍ଚକତା କରି କୋଟି କୋଟି ଟଙ୍କାର କାମକୁ ୫ ଲକ୍ଷ ଟଙ୍କା ତଳକୁ ରଖି ଛୋଟ କାମ ଦର୍ଶାଇ କିଛି ଠିକାଦାରଙ୍କୁ ବାଣ୍ଟି ଦିଆଯାଉଥିବା ରିପୋର୍ଟ ସତ୍ୟ ପ୍ରମାଣିତ ହୋଇଛି । ପ୍ରାଥମିକ ତଦନ୍ତରୁ ପ୍ରମାଣ ପାଇବା ପରେ ଭୁବନେଶ୍ୱର ଆର-ଆଣ୍ଡ-ବି ଡିଭିଜନ-୧ର ନିର୍ବାହୀ ଯନ୍ତ୍ରୀ ସୂର୍ଯ୍ୟନାରାୟଣ ମିଶ୍ରଙ୍କୁ ସସପେଣ୍ଡ କରିଛି ପୂର୍ତ୍ତ ବିଭାଗ ।
ଆବଶ୍ୟକତା ନଥାଇ ରାଜ୍ୟ ସଂଗ୍ରହାଳୟର ପ୍ରାୟ ୭ କୋଟି ଟଙ୍କାର ସିଭିଲ୍ କାମକୁ ୫ ଲକ୍ଷ ଟଙ୍କା ତଳକୁ ଛୋଟ ଛୋଟ କରି ୬ ଜଣ ଠିକାଦାରଙ୍କୁ ବାଣ୍ଟି ଦିଆଯିବା ସଂପର୍କରେ କନକ ନ୍ୟୁଜରେ ଖବର ପ୍ରସାରଣ ହୋଇଥିଲା । ଆରଟିଆଇରୁ ମିଳିଥିବା ତଥ୍ୟ ଅନୁସାରେ ରାଜ୍ୟ ସଂଗ୍ରହାଳୟର ନବୀକରଣ ପାଇଁ ମିହିର ପାତ୍ରଙ୍କୁ ୩୦ଟି କାମ, ସନ୍ତୋଷିନୀ ପଣ୍ଡାଙ୍କୁ ୨୭ଟି, ସୁଶାନ୍ତ ପଣ୍ଡାଙ୍କୁ ୧୮ଟି ଓ ବିଶ୍ୱପ୍ରକାଶ ମୁଦୁଲିଙ୍କୁ ୧୫ଟି କାମ ବଣ୍ଟାଯାଇଥିଲା, ଯେଉଁ କାମଗୁଡ଼ିକର ମୂଲ୍ୟ ୫ ଲକ୍ଷ ଟଙ୍କାରୁ କମ ରହିଥିଲା । ଜରୁରୀ ଆବଶ୍ୟକତା ନଥାଇ ଟେଣ୍ଡର ଆଡେଇବା ପାଇଁ ଏପରି କରାଯାଇଥିବା ଅଭିଯୋଗ ହୋଇଛି ।
କେବଳ ରାଜ୍ୟ ସଂଗ୍ରହାଳୟ ନୁହେଁ, ଅନେକ ବଡ଼ କାମକୁ ଏଭଳି ଭାବେ ଛୋଟ କରାଯାଉଥିବା ତଦନ୍ତରୁ ଜାଣିପାରିଛି ପୂର୍ତ୍ତ ବିଭାଗ । ଏଥିରେ ନେତା, ଠିକାଦାର ଓ ଯନ୍ତ୍ରୀଙ୍କ ଅସାଧୁ ମେଣ୍ଟ ଥିବା ସନ୍ଦେହ କରାଯାଉଛି । ଭୁବନେଶ୍ୱରର କେବଳ ଗୋଟିଏ ଡିଭିଜନରେ ଗତ ୬ ବର୍ଷ ମଧ୍ୟରେ ୨୦ ହଜାରରୁ ଅଧିକ କାମ ଠିକାଦାରଙ୍କୁ ଦିଆଯାଇଥିବା ଜଣାପଡିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/08/vlcsnap-2021-08-11-20h34m20s574.png)