ପାକିସ୍ତାନର ଯୁଦ୍ଧ ବିମାନ ସହ ଲଢ଼େଇ ବେଳେ ରେକର୍ଡ ହୋଇଥିଲା ଅଭିନନ୍ଦନଙ୍କ ଶେଷ ରେଡିଓ ମେସେଜ୍: କହିଥିଲେ କିଭଳି ଏଫ-୧୬କୁ କରିିଥିଲେ ଲକ୍

ବ୍ୟବହାର କରିଥିଲେ ସ୍ୱଳ୍ପଗାମୀ ଆର-୭୩ ଏୟାର ଟୁ ଏୟାର ମିସାଇଲ

365

କନକ ବ୍ୟୁରୋ: ସାମନାକୁ ଆସିଛି ପାକିସ୍ତାନର ଏଫ-୧୬ ଲଢ଼ୁଆ ବିମାନକୁ ଧ୍ୱଂସ କରିବା ସମୟର ଭାରତୀୟ ବାୟୁସେନାର ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ଥମାନଙ୍କ ଶେଷ ରେଡିଓ ମେସେଜ୍ । ଏହି ମେସେଜରେ ଏଫ-୧୬କୁ ସେ ଲକ୍ କରିଦେଇଥିବା ରେକର୍ଡ ହୋଇଛି । ସ୍ୱଳ୍ପ ଦୂରଗାମୀ ମିସାଇଲ ଆର -୭୩ ମାଡ କରି ଏଫ-୧୬ କୁ ଆକାଶ ମାର୍ଗରେ ଧ୍ୱଂସ କରିଥିଲେ ଅଭିନନ୍ଦନ । ଆଉ ଠିକ୍ ଏହି ସମୟରେ ଏହି ରେଡିଓ ମେସେଜ୍ ରେକର୍ଡ ହୋଇଥିଲା । ଏହାର ମାତ୍ର କିଛି ସମୟ ପରେ ପାକିସ୍ତାନର ଯୁଦ୍ଧ ବିମାନ ଆକ୍ରମଣରେ ନଷ୍ଟ ହୋଇଯାଇଥିଲା ଅଭିନନ୍ଦନଙ୍କ ଚଳାଉଥିବା ମିଗ୍-୨୧ ।

ତାପରେ ପାରାଚ୍ୟୁଟ୍ ସହାୟତାରେ ସେ ପିଓକେରେ ଅବତରଣ କରିଥିଲେ । ସେଠାରୁ ପାକ୍ ସେନା ଅଭିନନ୍ଦନଙ୍କୁ କବଜା କରି ନେଇଥିଲା । ୨୬ ତାରିଖ ଭାରତୀୟ ବାୟୁସେନା ପାକିସ୍ତାନରେ ଥିବା ଜୈଓ ଆତଙ୍କବାଦୀ ଆଡ୍ଡା ଉପରେ ଆକ୍ରମଣ କରିବା ପରେ ବିଚଳିତ ହୋଇପଡିଥିଲା ପାକ୍ ଆର୍ମି । ୨୭ ତାରିଖ ପୂବାହ୍ନ ୧୦ଟାରେ ଜମ୍ମୁକଶ୍ମୀରର ଏଲଓସିରେ ନିକଟରେ ଥିବା ଭାରତୀୟ ଆର୍ମି କ୍ୟାମ୍ପକୁ ଟାର୍ଗେଟ କରି ପାକିସ୍ତାନର ଏଫ-୧୬ ବିମାନ ରକେଟ୍ ମାଡ କରିଥିଲା । ଏହାର ଜବାବ ଦେବାକୁ ଯାଇ ଅଭିନନ୍ଦନ ପାକିସ୍ତାନର ଏଫ-୧୬କୁ ଆକ୍ରମଣ କରିଥିଲେ ।

ଗୋଡାଇ ଗୋଡାଇ ଏଫ-୧୬କୁ ଟାର୍ଗେଟ କରିଥିଲେ । ଅଭିନନ୍ଦନଙ୍କ ସମେତ ୬ଜଣ ମିଗ୍-୨୧ ପାଇଲଟ ପାକିସ୍ତାନୀ ଯୁଦ୍ଧ ବିମାନକୁ ଘଉଡାଇବା ପାଇଁ ପ୍ରତି ଆକ୍ରମଣ କରିଥିଲେ । ଦୀର୍ଘ ୧୫ ମିନିଟ୍ ଧରି ଆକାଶରେ ପାକିସ୍ତାନର ଯୁଦ୍ଧ ବିମାନ ଓ ଭାରତର ଯୁଦ୍ଧ ବିମାନ ମଧ୍ୟରେ ଚାଲିଥିଲା ଲଢ଼େଇ । ଶେଷରେ ଧୂଂସ ହୋଇଥିଲା ଆମେରିକା ନିର୍ମିିିତ ଏଫ-୧୬ ।