କନକ ବ୍ୟୁରୋ : ବିଧାନସଭାରେ ଆଜି ପୁଣି ଚାଲିପାରିନାହିଁ ପ୍ରଶ୍ନକାଳ । ଚାରା ଦୁର୍ନୀତି ନେଇ କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ବାଚସ୍ପତି ଗୃହକୁ ମୁଲତବି ଘୋଷଣା କରିଛନ୍ତି । ଆଜି ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ପୂର୍ବତନ ମନ୍ତ୍ରୀ ଦୋଳଗୋବିନ୍ଦ ପ୍ରଧାନଙ୍କ ପରଲୋକରେ ଶୋକପ୍ରସ୍ତାବ ଆଗତ କରାଯାଇଥିଲା । ଏହା ପରେ ଚାରା ଦୁର୍ନୀତି ପ୍ରସଙ୍ଗରେ କଂଗ୍ରେସ ସଦସ୍ୟମାନେ ଗୃହର ମଧ୍ୟଭାଗରେ ହଟ୍ଟଗୋଳ କରିଥିଲେ ।
ଫଳରେ ବିଧାନସଭାକୁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି । ମିଳିଥିବା ସୂଚନା ଅନୁସାରେ ବରିଷ୍ଠ ବିଧାୟକ ଅନେକ ଦୁର୍ନୀତି ଆଣିଥିଲେ । ତେବେ ସେହି ସମସ୍ତ ପ୍ରସଙ୍ଗରେ ଗୃହରେ ଆଲୋଚନା ପାଇଁ କଂଗ୍ରେସ ଦାବି କରିବା ସହ ହୋହାଲ୍ଲା କରିଥିଲେ । ତେଣୁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/09/104_8530.jpg)