କନକ ବ୍ୟୁରୋ : ଧୂମ୍ରପାନ ଆଜି ଆଧୁନିକ ଦୁନିଆଁରେ ଏକ ଫ୍ୟାସନ ପାଲଟି ଯାଇଛି । କିନ୍ତୁ ଧୁପ୍ରପାନ ଆମ ଶରୀର ପ୍ରତି ବହୁତ କ୍ଷତିକାରକ । ବିଡି, ସିଗାରେଟ୍, ଗଞ୍ଜେଇ ଭଳି ଧୂମ୍ରପାନ କରୁଥିବା ବ୍ୟକ୍ତିଙ୍କୁ କ୍ୟାନସର ହେବାର ଆଶଙ୍କା ଅଧିକ ରହିଥାଏ । ଧୂମ୍ରପାନ କରୁଥିଲେ ଫୁସଫୁସ କ୍ୟାନସର, ହାର୍ଟ ରୋଗ, ବ୍ଲକ ଭେସେଲ ନଷ୍ଟ, ଶ୍ୱାସ ପ୍ରଶ୍ୱାସ ନେବାର ଅସୁବିଧା, ପ୍ରଜନନ ସମସ୍ୟା, ଆଖି ରୋଗ ମଧ୍ୟ ହୋଇଥାଏ । ଧୂମ୍ରପାନ ଅଭ୍ୟାସ ମଧ୍ୟ ଛାଡିବା କଷ୍ଟକର । କିନ୍ତୁ ଏହା ଅସମ୍ଭବ ନୁହେଁ । ଡାକ୍ତରଙ୍କ ପରାମର୍ଶ ଅନୁସାରେ କିଛି ଟିପ୍ସ ଆପଣାଇଲେ ଆପଣ ବି ଧୁମ୍ରପାନ ଛାଡିପାରିବେ ।
କେମିତି ଛାଡିବେ ଧୂମ୍ରପାନ?
ଧୁମ୍ରପାନ ଛାଡିବା ପାଇଁ ପ୍ରଥମେ ଏକ ତାରିଖ ନିର୍ଦ୍ଧାରଣ କରନ୍ତୁ
୨ରୁ ୪ ସପ୍ତାହ ମଧ୍ୟରେ ଏହି ତାରିଖ ବାଛନ୍ତୁ
ଫଳରେ ଏଥିପାଇଁ ପ୍ରସ୍ତୁତ ହେବାକୁ ଓ ପ୍ଲାନ ବନାଇବାକୁ ସମୟ ମିଳିବ
କ’ଣ ପାଇଁ, କାହିଁକି ଏବଂ କେଉଁଠି ଆପଣ ଧୁମ୍ରପାନ କରୁଛନ୍ତି ତାହା ଲେଖନ୍ତୁ
ଏହାଦ୍ୱାରା ଧୁମପାନ ଛାଡିବା ପାଇଁ ଏକ ଷ୍ଟ୍ରାଟେଜି ବନାଇପାରିବେ
ସେହି ସମୟ ଏବଂ ସ୍ଥାନକୁ ଆପଣ ଅଣଦେଖା କରିପାରିବେ
ଧୁମପାନ ଛାଡିବା ନେଇ ତୁମର ସାଙ୍ଗ, ପରିବାର ଲୋକ, ସହର୍କମୀଙ୍କୁ ଜଣାଇଦିଅନ୍ତୁ
ଜଣାଇବା ସହ ସେମାନଙ୍କୁ ସହଯୋଗ କରିବାକୁ କୁହନ୍ତୁ
ଧୁମପାନ କଲେ ଶରୀର ପ୍ରତି କ’ଣ କ୍ଷତିକାରକ ଜାଣନ୍ତୁ
ଆବଶ୍ୟକ ସ୍ଥଳେ ନିକୋଟିନ୍ ରିପ୍ଲେସମେଂଟ୍ ଥେରାପି ଗ୍ରହଣ କରନ୍ତୁ
ଅର୍ଥାତ୍ ସିଗାରେଟ୍ ପରିବର୍ତ୍ତେ ନିକୋଟିନ୍ ଯୁକ୍ତ ଚୁଇଗମ୍ ଖାଆନ୍ତୁ
ନିଜର ଇଛାକୁ ନିୟନ୍ତ୍ରଣ କରିବାକୁ ଯୋଜନା ପ୍ରସ୍ତୁତ କରନ୍ତୁ
କିଛି ସମୟ ଚାଲିବା ଅବା କିଛି ସମୟ ଦିର୍ଘ ନିଶ୍ୱାସ ନିଅନ୍ତୁ
ନିଜକୁ ଯେତେ ସମ୍ଭବ ବ୍ୟସ୍ତ ରଖିବାକୁ ପ୍ରୟାସ କରନ୍ତୁ
ଜୀବନରେ ନୂଆ ହବି ତଥା ସଉକ, ନୂଆ କାର୍ଯ୍ୟକ୍ରମ ସାମିଲ କରନ୍ତୁ
କିଛି ବହି, ମେଗାଜିନ ପଢାପଢି କରିପାରିବେ
ମନେ ରଖନ୍ତୁ ଧୁମ୍ରପାନ ଛାଡିବା ଏକ ପ୍ରକିୟା
ଯଦି କେବେ ପୁଣି ଧୁମ୍ରାପାନ କରୁଛନ୍ତି ଏଥିପାଇଁ ବ୍ୟସ୍ତ ହଅନ୍ତୁ ନାହିଁ
ନିଜ ଉପରେ ବିଶ୍ୱାସ ରଖନ୍ତୁ ଏବଂ ପ୍ରକିୟା ଅବଲମ୍ବନ କରନ୍ତୁ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/04/stop-gd6ff05c1a_640.jpg)