୨୦୧୬ ମସିହାରେ ଭୁଲବଶତଃ ସୀମା ପାର ହୋଇ ପାକିସ୍ତାନ ଚାଲିଯାଇଥିବା ଯବାନ ଚନ୍ଦୁ ଚୌହ୍ୱାନ କହିଛନ୍ତି ଯେ ଲଗାତାର ଉତ୍ପୀଡ଼ନ ପାଇବା ପରେ ସେ ସେନା ଛାଡୁଛନ୍ତି । ଅନ୍ୟପକ୍ଷରେ ସେନା ପକ୍ଷରୁ ଚନ୍ଦୁଙ୍କ ଅଭିଯୋଗକୁ ଖଣ୍ଡନ କରାଯାଇଛି । ସେନା ନିଜ ପକ୍ଷ ରଖି କହିଛି ଯେ ଚନ୍ଦୁ ଏକ ଅପରାଧୀ ଏବଂ ଚନ୍ଦୁ ଉପରେ ବିଭିନ୍ନ ଅପରାଧ ପାଇଁ ୫ ଥର ଅନୁଶାସନାତ୍ମକ ଜାଞ୍ଚ୍ କରାଯାଇଛି । ଚନ୍ଦୁ କହିଛନ୍ତି , ମୁଁ ଯେବେଠାରୁ ପାକିସ୍ତାନରୁ ଫେରିଲିଣି ସେନା ପକ୍ଷରୁ ବାରମ୍ବାର ମୋତେ ଉତ୍ପୀଡନର ଶିକାର ସହ୍ୟ କରିବାକୁ ପଡୁଛି ଏବଂ ମୋତେ ସନ୍ଦେହ ନଜରରେ ଦେଖାଯାଉଛି । ଏଥିଯୋଗୁଁ ମୁଁ ସେନା ଛାଡିବା ପାଇଁ ନିଷ୍ପତ୍ତି ନେଇଛି । ଚୌହ୍ୱାନଙ୍କ ସାଥିଙ୍କ କହିବାନୁସାର ସେ ନିଜ ଇସ୍ତଫା ୟୁନିଟ୍ କମାଣ୍ଡରଙ୍କୁ ଅହମ୍ମଦନଗର ପଠାଇ ଦେଇଛନ୍ତି ।
ସେନା ପକ୍ଷରୁ କୁହାଯାଇଛି ଯେ ୟୁନିଟ୍ ଲାଇନ୍ ରୁ ନିଶାସକ୍ତ ଅବସ୍ଥାରେ ପାଇବା ପରେ ଚୌହ୍ୱାନଙ୍କ ବିରୋଧରେ ଅନୁଶାସନାତ୍ମକ ଜାଞ୍ଚ୍ ଆରମ୍ଭ କରାଯାଇଛି । ଯାହାପରେ ସେ ନିଜ ୟୁନିଟ୍ ରୁ ଫେରାର୍ ହୋଇଯାଇଥିଲେ । ବୟାନରେ କୁହାଯାଇଛି ଯେ ଚୌହ୍ୱାନଙ୍କୁ ଅକ୍ଟୋବର ୩ ତାରିଖରେ ତକ୍ରାଳ ପ୍ରଭାବରେ ବିନା ଅବକାଶରେ ଅନୁପସ୍ଥିତ ବୋଲି ଘୋଷିତ କରାଯାଇଥିଲା । ସେନା କୌଣସି ପରିସ୍ଥିତିରେ ଏଭଳି ଅନୁଶାସନହୀନତା ପ୍ରକୃତିକୁ ସହ୍ୟ କରିପାରିବ ନାହିଁ ବୋଲି କୁହାଯାଇଛି । ଆପଣଙ୍କୁ କହିରଖୁଛୁ ଭୁଲବଶତଃ ସୀମା ପାର ହୋଇଥିବା ଚୌହ୍ୱାନଙ୍କୁ ପାକ୍ ରେଞ୍ଜର୍ ଗିରଫ କରିଥିଲେ ଏବଂ ତାଙ୍କୁ ଭାରତ ପଠାଇବା ପୂର୍ବରୁ ୪ ମାସ ପର୍ଯ୍ୟନ୍ତ ପ୍ରତାଡିତ କରିଥିଲେ ।
Follow Us
/kanak/media/post_attachments/wp-content/uploads/2019/10/3847612102019604722-300x225.jpg)