କନକ ବ୍ୟୁରୋ : ଚର୍ଚ୍ଚାରେ କେନ୍ଦ୍ରାପଡ଼ାର ଗ୍ରାଜୁଏଟ୍ ଫାର୍ମର । ଯୁବଚାଷୀ ପ୍ରଦୀପ ପ୍ରାୟ ୪ଏକର ଜମିରେ ବିଭିନ୍ନ ପ୍ରକାରର ପନିପରିବା ଚାଷ କରିଛନ୍ତି । ବିଶେଷକରି ୩ଏକର ଜମିରେ ସେ କେବଳ ବାଇଗଣ ଚାଷ କରିଛନ୍ତି । ଏଥିରୁ ପ୍ରତିଦିନ ପ୍ରାୟ ୧୫ କ୍ୱିଂଟାଲ ବାଇଗଣ ଅମଳ ହେଉଛି । ଏହାସହ ଭେଣ୍ଡି, ଟମାଟୋ, ସୂର୍ଯ୍ୟମୁଖି ଚାଷ କରିଛନ୍ତି ପ୍ରଦୀପ । ବାର୍ଷିକ ୭ରୁ ୮ ଲକ୍ଷ ଟଙ୍କାର ପନିପରିବା ବିକି ହେଉଥିବା ବେଳେ ଏଥରୁ ତାଙ୍କୁ ୨ରୁ ୩ଲକ୍ଷ ଟଙ୍କା ଲାଭ ମିଳୁଛି । କେନ୍ଦ୍ରାପଡା ଜିଲ୍ଲା ସହିତ ଜତଗସିଂହପୁର, ପୁରୀ, ଭୁବନେଶ୍ୱର ଓ ବାହାର ରାଜ୍ୟ କୋଲକୋତାକୁ ମଧ୍ୟ ବିକ୍ରି ପାଇଁ ପନିପରିବା ପଠାଇଥାନ୍ତି ପ୍ରଦୀପ । ଏହି କାମରେ ୫ରୁ ୭ଜଣଙ୍କୁ ନିୟୋଜିତ କରିଛନ୍ତି ଯୁବଚାଷୀ । ଏହାଦ୍ୱାରା ସେମାନେ ମଧ୍ୟ ଉପକୃତ ହୋଇପାରୁଛନ୍ତି ।

Advertisment

ପିଲାଦିନୁ ଚାଷ ପ୍ରତି ଦୁର୍ବଳତା ରଖିଥିବା ପ୍ରଦୀପ ବି-କମ୍ ପାସ୍ କରିବା ପରେ ଚାକିରି କରିବା ପାଇଁ ମନବଳାଇଥିଲେ । ହେଲେ ଚାକିରିରୁ ମିଳୁଥିବା ଅର୍ଥରେ ପରିବାର ଚଳାଇବା କଷ୍ଟକର ହେବାରୁ ଚାଷ କାମକୁ ଆପଣାଇଛନ୍ତି । ପ୍ରାୟ ୮ ବର୍ଷ ହେଲା ଚାଷ କାମ କରୁଛନ୍ତି ପ୍ରଦୀପ । ଏହାଦ୍ୱାରା ସ୍ଥାନୀୟ ଅଂଚଳର କିଛି ଲୋକଙ୍କୁ ରୋଜଗାର ମିଳିପାରୁଛି । ତେବେ ପ୍ରଦୀପ କେବଳ ପନିପରିବା ଚାଷ ନୁହେଁ ଗାଈ ଫାର୍ମ ଓ ଓମଫେଡ୍ ଦୁଗ୍ଧ ସଂଗ୍ରହ କେନ୍ଦ୍ର ପ୍ରତିଷ୍ଠା କରି  ଲାଭବାନ ହେଉଛନ୍ତି । ଚାକିରି ଅପେକ୍ଷା ଚାଷ କାମ ଦ୍ୱାରା ସେ ତାଙ୍କ ପରିବାରର ଅର୍ଥିକ ସ୍ଥିତିରେ ସୁଧାର ଆଣିପାରିଛନ୍ତି । ଅନ୍ୟଚାଷୀ ମାନେ ମଧ୍ୟ ତାଙ୍କ ଚାଷକାମରୁ ପ୍ରେରଣା ପାଇ ଏହି କାମକୁ ଅପଣାଉଛନ୍ତି ।

ପ୍ରଦୀପ ପନିପରିବା ଚାଷ କରି ସଫଳତା ପାଇବା ସହିତ ବାର୍ଷିକ ଲକ୍ଷାଧୀକ ଟଙ୍କା ରୋଜଗାର କରି ନିଜେ ଆତ୍ମନିର୍ଭରଶିଳ ହେବା ସହିତ ସ୍ଥାନୀୟ ସୃଷ୍ଟି କରିଛନ୍ତି ନିଜର ଏକ ସ୍ୱତନ୍ତ୍ର ପରିଚୟ । ଆଉ ଯୁବ ଚାଷି ପ୍ରଦୀପ ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ପ୍ରେରଣା ।