କନକ ବ୍ୟୁରୋ: କେନାଲରେ ପଡ଼ିଲା କ୍ୱିଣ୍ଟାଲ କ୍ୱିଣ୍ଟାଲ ଚାଉଳ। ମିନି ଟ୍ରକରେ ଚାଉଳ ଆଣି କେନାଲରେ ଫିଙ୍ଗି ଦେଲେ କିଛି ଶ୍ରମିକ। ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗୋପ ବ୍ଲକ ଛକ ନିକଟ ବାୟାକୁଦା କେନାଲରେ। ଏତେ ପରିମାଣରେ ଚାଉଳ ଆସିଲା କେଉଁଠୁ? ଲୋକେ ଖାଇବା ପାଇଁ ଚାଉଳ ପାଉନଥିବା ବେଳେ ସାଧାରଣରେ ଏପରି ପ୍ରଶ୍ନ ସୃଷ୍ଟି ହୋଇଛି। ଯେଉଁ ଶ୍ରମିକମାନେ ଚାଉଳ ଫିଙ୍ଗିବାକୁ ଆସିଥିଲେ ସେମାନଙ୍କ ପାଖରେ ମଧ୍ୟ ଏନେଇ କୌଣସି ଉତ୍ତର ନାହିଁ। ଗୋପ ବ୍ଲକ ଯୋଗାଣ ଅଧିକାରୀ ମଧ୍ୟ ଫୋନ୍ ଉଠାଉନାହାନ୍ତି। କିଛି ଦିନ ତଳେ ପରିକ୍ରମା ପ୍ରକଳ୍ପ ପାଇଁ ଆସିଥିବା କ୍ୱିଣ୍ଟାଲ କ୍ୱିଣ୍ଟାଲ ଅର୍ପଣ ଚାଉଳ ନଷ୍ଟ ହୋଇଥିବା ଦୃଶ୍ୟ ସାମ୍ନାକୁ ଆସିଥିଲା। ତେଣୁ କେନାଲରେ ଅର୍ପଣ ଚାଉଳ ଫିଙ୍ଗି ଦିଆଯାଇଥାଇପାରେ ବୋଲି ସନ୍ଦେହ କରାଯାଉଛି।